ଓଡ଼ିଶାରେ ୩,୨୮୦ କୋଟିର ନିବେଶ! ସୃଷ୍ଟି ହେବ ୧୦,୬୬୧ ନୂଆ ନିଯୁକ୍ତି
ରାଜ୍ୟର ବିଭିନ୍ନ କ୍ଷେତ୍ରରେ ୩ ହଜାର ୨୮୦ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୦ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରଟି ବୈଠକରେ ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ରାଜ୍ୟରେ ୧୦ ହଜାର ୬୬୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ରାଜ୍ୟର ଶିଳ୍ପ ପରିବେଶକୁ ସୁଦୃଢ଼ କରିବା ସହ ମୁଲ୍ୟଯୁକ୍ତ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହ ବିଭିନ୍ନ ଅଞ୍ଚଳର ନୂଆ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ।ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ବୟନ ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଡାଉନଷ୍ଟ୍ରିମ, ଗ୍ଲୋବାଲ କ୍ୟାପାବଲିଟି ସେଣ୍ଟର, ଜୈବ ଇନ୍ଧନ, ରାସାୟନିକ ଓ ରାସାୟନିକ ଉତ୍ପାଦ, ପ୍ଲାଷ୍ଟିକ ଓ ପର୍ଯ୍ୟଟନ କ୍ଷେତ୍ର ଆଦିକୁ ଅନ୍ତର୍ଭୁକ୍ତ କରିବ । ଏହି ଶିଳ୍ପ ପ୍ରକଳ୍ପ ଗୁଡ଼ିକ ଅନୁଗୁଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, କୋରାପୁଟ, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲା ଆଦି ଜିଲ୍ଲାରେ କାର୍ଯ୍ୟକାରୀ ହେବ ।
