ପକସୋ କୋର୍ଟଙ୍କ କଡ଼ା ରାୟ! ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ, ୨୦ ହଜାର ଜରିମାନା
ବାରିପଦା ପୋକ୍ସୋ କୋର୍ଟରେ ଏକ ଗୁରୁତ୍ୱପୁର୍ଣ୍ଣ ମାମଲାର ରାୟ ପ୍ରକାଶ ପାଇଛି । ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଅଶୋକ ରାଉଳକୁ ୨୦ ବର୍ଷର ଜେଲଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି । ସେହିପରି ଅପହରଣ ମାମଲାରେ ଅତିରିକ୍ତ ୩ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା । ଅନାଦେୟ ହେଲେ ଆଉ ୬ ମାସ ଜେଲ୍ ଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି ।୨୦୨୫ ଅକ୍ଟୋବର ୧୯ ତାରିଖରେ ନାବାଳିକା ଅପହରଣ ଓ ଦୁଷ୍କର୍ମ ନେଇ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ଅଶୋକ ରାଉଳ ନାବାଳିକାଙ୍କୁ ଅପହରଣ କରି ନିଜ ମାମୁଁ ଘରେ ରଖିବା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଅତ୍ୟାଚାର ଚଳାଇଥିଲେ । ଏହି ମାମଲାରେ ସମୁଦାୟ ୬ ଜଣ ସାକ୍ଷୀଙ୍କ ବୟାନ୍ ଓ ପ୍ରମାଣକୁ ଭିତ୍ତିକରି କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି ।
