ମାସେ ଧରି ପୂଜା ପାଇବା ପରେ ବିଦାୟ ନେଲେ ବାବା ବୁଢା ଗଣେଶ

ଭଦ୍ରକ: ପୂଜା ମଣ୍ଡପ ରେ ଦୀର୍ଘ ଏକ ମାସ ଧରି ପୂଜା ପାଇବା ପରେ ଭଦ୍ରକ ର ପ୍ରସିଦ୍ଧ ବାବା ବୁଢା ଗଣେଶ ବିଦାୟ ନେଇଛନ୍ତି । ବାବା ବୁଢା ଗଣେଶ ଙ୍କ ଏହି ବିଦାୟ ବା ବିସର୍ଜନ କୁ ମହା ଆଡମ୍ବର ସହିତ କରିଛି ପୂଜା କମିଟି । ଏଥିପାଇଁ ଏକ ବିରାଟ ଭସାଣି ଶୋଭା ଯାତ୍ରା ମଣ୍ଡପ ରୁ ବାହାରି ସମ୍ପୃନ୍ନ ପୁରୁଣା ବଜାର ଅଂଚଳ ପରିକ୍ରମା କରିଥିଲା । ଏହି ଭସାଣି ଶୋଭା ଯାତ୍ରା ବେଶ ଆକର୍ଷଣୀୟ ଥିବା ସହିତ ନିଆରା ମଧ୍ୟ ଥିଲା । ବାବା ବୁଢା ଗଣେଶ ଙ୍କ ମେଢ଼ କୁ ଶ୍ରଦ୍ଧାଳୁ ମାନେ କାନ୍ଧେଇ କରି ନେଇଥିଲେ ଯାହା ଏକ ନିଆରା ନିଦର୍ଶନ । ଏହି ଶୋଭା ଯାତ୍ରାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ନୃତ୍ୟ ଓ ବାଜା କାରି ଦଳ ଙ୍କ ସହିତ କଲିକତା, ମଧ୍ୟ ପ୍ରଦେଶ, ରାଜସ୍ତାନ ।

ପଞ୍ଜାବ ଆଦି ସ୍ଥାନରୁ ନୃତ୍ୟ ଓ ବାଜା କାରି ଦଳ ସାମିଲ ହୋଇ ନିଜ ନିଜର କଳା ନୈପୂଣ୍ୟ ଦେଖାଇଥିଲେ ଯାହା ଅତ୍ୟନ୍ତ ଆକର୍ଷଣୀୟ ଥିଲା । ଦର୍ଶକ ଓ ଶ୍ରଦ୍ଧାଳୁ ମାନେ ବାବା ବୁଢା ଗଣେଶ ଙ୍କ ଭସାଣି ରେ ଶୋଭା ଯାତ୍ରାରେ ସାମିଲ ହୋଇ ଆକର୍ଷଣୀୟ ନୃତ୍ୟ ଓ ବାଜା ଦେଖିଥିଲେ । ଖୋଦ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏଥିରେ ଯୋଗ ଦେଈ ବାବା ବୁଢା ଗଣେଶ ଙ୍କୁ କାନ୍ଧେଇ କାନ୍ଧେଇ ନେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ଏସପି ଙ୍କ ନେତୃତ୍ୱ ରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୭୦ ରୁ ଅଧିକ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିଲେ । ଶେଷରେ ବାବା ବୁଢା ଗଣେଶ ଙ୍କୁ ସାଳନ୍ଦୀ ନଦୀରେ ଭାବ ପୂର୍ଣ୍ଣ ବିଦାୟ ଦିଆ ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *