ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ରଣନୀତି, ଆଜି ବିଜେଡି ବିଧାୟକ ଦଳର ମୁଖ୍ୟ ବୈଠକ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନର ପାଇଁ ବିଜେଡିର ରଣନୀତି । ଆଜି ନବୀନଙ୍କ ବଡ଼ ବୈଠକ । ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବସିବ ବିଧାୟକ ଦଳ ବୈଠକ । ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ରହିଛି। ତା ପୂର୍ବରୁ ଆଜି ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବ ବିଜେଡି । ସଂଧ୍ୟା ସାଢେ ୫ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ହେବ ବୈଠକ । ଗତ ଦୁଇଦିନ ହେଲା ବିଜେଡି ବିଧାୟକ ମାନଙ୍କୁ ତାଲିମ ଦେଇ ଆସୁଛି ଦଳ ।

ନବୀନ ନିବାସରେ ବିଧାୟକ ମାନଙ୍କୁ ଦଳ ତରଫରୁ ଟ୍ରେନିଂ ଦିଆଯାଇଛି । ଗତକାଲି ବିଜେଡି ବିଧାୟକ ମାନେ ବିଧାନସଭା ଯାଇ ଭୋଟ୍ ଗ୍ରହଣ ଯେଉଁଠି ହେବ ତାହା ମଧ୍ଯ ବୁଲି ଦେଖିଥିଲେ। ଦଳୀୟ ବିଧାୟକଙ୍କ ଗୋଟିଏ ଭୋଟ୍ ନାକଚ ଯେମିତି ନହେବ ତାହା ଉପରେ ଗୁରୁତ୍ଵ ଦେଉଛି ବିଜେଡି। ଗତକାଲି ନବୀନ ନିବାସ ବୈଠକରେ ହୋଇଥିଲା ମକ ଭୋଟିଂ ।

ଗତକାଲି ସୂଚାନୁଯାୟୀ, ସରିଲା ନବୀନ ନିବାସରେ ବୈଠକ । ନବୀନଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହୋଇଛନ୍ତି ୩୮ ବିଜେଡି ବିଧାୟକ । ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଏବଂ ମୋନାହର ରାନ୍ଧରି । ନବୀନ ନିବାସରେ ରାଜ୍ୟ ସଭାରେ କେମିତି ଭୋଟ ଦିଆଯିବ ସେ ବିଷୟରେ ଆଲୋଚନା ହେଲା । ଆମେ ସମସ୍ତେ ଉପସ୍ଥିତ ଥିଲୁ। ନବୀନ ବାବୁ କହିଲେ ଭଲ ଭାବେ ଭୋଟ ଦେବାକୁ ।

Spread the love