ରାସ୍ତାରେ ଜଳିଗଲା ପାର୍ସଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ଚାଳକ

ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଉପରେ ପାର୍ସଲ କଣ୍ଟେନରରେ ଅଗ୍ନିକାଣ୍ଡ ହୋଇଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି କିମ୍ବା ଆହତ ହୋଇନଥିବା ଜଣାପଡ଼ିଛି । ଗୁରୁବାର ରାତି ପ୍ରାୟ ୧୦ଟା ୪୫ ସମୟରେ କାନପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପାର୍ସଲ ଭ୍ୟାନରେ ହଠାତ୍ ଧୂଆଁ ବାହାରିବା ସହ ନିଆଁ ଲାଗିଥିଲା । ପାର୍ସଲ କଣ୍ଟେନରରେ ଅଗ୍ନିକାଣ୍ଡ ଘଟି ଧୂଆଁ ବାହାରିବାରୁ ଡ୍ରାଇଭର ଜଣକ ଜାଣି ପାରି ଗାଡ଼ିକୁ ସିମୁଳିଆ ଇଲେକ୍ଟ୍ରି ଅଫିସ ନିକଟରେ ଅଟକାଇଥିଲେ । ଖବର ପାଇ ସିମୁଳିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଅଗ୍ନିଶମ ବାହିନୀ ମଧ୍ୟ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ଯୋଗୁଁ କିଛି ସମୟ ପାଇଁ ରାଜପଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଥିଲା । ପରେ ପୁଲିସର ହସ୍ତକ୍ଷେପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ଏହି କଣ୍ଟେନର ଭିତରେ ବିଭିନ୍ନ ପ୍ରକାରର ଲକ୍ଷାଧିକ ଟଙ୍କାର ପାର୍ସଲ ରହିଥିଲା । ଏକବଡ ଧରଣରର ଅଗ୍ନିକାଣ୍ଡରେ କଣ୍ଟେନରଟି ବର୍ତ୍ତି ଯାଇଛି। କଣ୍ଟେନରଟି କୋଲକାତାରୁ ଭୁବନେଶ୍ୱର ଆସୁଥିଲେ । ଏବେ ନିଆଁ ଲାଗିବାର ପ୍ରକୃତ କାରଣ କଣ, ସେନେଇ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *