ରୋମାନିଆରେ ଡ. ଅଚ୍ୟୁତ ସାମନ୍ତଙ୍କୁ ଦୁଇ ବିରଳ ସମ୍ମାନ

ଭୁବନେଶ୍ବର: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇଟି ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଡ. ଅଚ୍ୟୁତ ସାମନ୍ତଙ୍କ ଦୁଇ ଦିନିଆ ରୋମାନିଆ ଗସ୍ତ ଅବସରେ ତାଙ୍କୁ ଦୁଇଟି ସହର ମିଲିସାଉଟି ଓ ବାର୍ଲାଦରୁ ଦୁଇଟି ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି । ମିଲିସାଉଟି ସହରରେ ଡ. ସାମନ୍ତଙ୍କୁ ସମ୍ମାନସୂଚକ ନାଗରିକତା’ ପ୍ରଦାନ କରାଯାଇଥିବା ବେଳେ ବାର୍ଲାଦ୍ ପୌରପାଳିକା ପକ୍ଷରୁ ‘କି’ ଟୁ ଦ ସିଟି ଅଫ୍ ବାର୍ଲାଦ୍’ ଉପାଧିରେ ସମ୍ମାନିତ କରାଯାଇଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଜୀବନ ବ୍ୟାପୀ କାର୍ଯ୍ୟ ପାଇଁ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଧାନ କରାଯାଇଛି ।

ରୋମାନିଆ ଭଳି ଦେଶର ଦୁଇଟି ସହରରୁ ଏଭଳି ବିରଳ ସମ୍ମାନ ପାଇବାରେ ଡ. ଅଚ୍ୟୁତ ସାମନ୍ତ ହେଉଛନ୍ତି ପ୍ରଥମ ଓଡିଆ । ଉଭୟ ସହରର ମେୟରମାନଙ୍କଠାରୁ ଡ. ସାମନ୍ତ ଏହି ସମ୍ମାନ ଗ୍ରହଣ କରିଥିବା ବେଳେ ସମ୍ମାନ ପ୍ରଦାନ ସମାରୋହରେ ସହରର କାଉନସିଲ୍ ସଦସ୍ୟ ତଥା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଉଭୟ କାର୍ଯ୍ୟକ୍ରମରେ ରୋମାନିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଡ. ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ । ଏହି ସମ୍ମାନ ଗ୍ରହଣ କରି ମିଲିସାଉଟି ଓ ବାର୍ଲାଦ୍ ପୌରପାଳିକାର ମେୟର ତଥା ସମସ୍ତ କାଉନସିଲ୍ ସଦସ୍ୟଙ୍କ ଆନ୍ତରିକତା, ସ୍ନେହ ଓ ସମ୍ମାନ ପାଇଁ ସେମାନଙ୍କୁ ଡ. ସାମନ୍ତ ଧନ୍ୟବାଦ ଜଣାଇଥିଲେ ।

ସୂଚନାଯୋଗ୍ୟ, ସମ୍ମାନଜନକ ନାଗରିକତା ହେଉଛି ରୋମାନିଆର ଏକ ସହର ଦ୍ୱାରା ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ । ସହର ପରିଷଦର ସଦସ୍ୟମାନେ ମତଦାନ କରି ବିଶ୍ୱର ଯେକୌଣସି ସ୍ଥାନର ଏପରି ଜଣେ ବ୍ୟକ୍ତିଙ୍କ ଜୀବନ ଓ କାର୍ଯ୍ୟକୁ ପ୍ରଶଂସା ଏହି ସମ୍ମାନ ପ୍ରଦାନ କରିଥାନ୍ତି । ଏହି ସମ୍ମାନ ବ୍ୟକ୍ତିଙ୍କୁ ପାସପୋର୍ଟ କିମ୍ବା ଭୋଟ୍ ଦାନ ଅଧିକାର ଦେଉନଥିଲେ ମଧ୍ୟ ତା’ଠାରୁ ଅଧିକ ସମ୍ମାନ ପ୍ରଦାନ କରେ । ଏହି ସମ୍ମାନ ପ୍ରଦାନ କରାଯିବା ପରେ ସମ୍ପୃକ୍ତ ବ୍ୟକ୍ତି ସେମାନଙ୍କର ନିଜର ବୋଲି ସମଗ୍ର ସହର ଘୋଷଣା କରିଥାଏ । ସେହିପରି ‘କି ଟୁ ଦି ସିଟି ହେଉଛି ୟୁରୋପର ଏକ ପ୍ରାଚୀନ ପରମ୍ପରା । କୁହଯାଏ, ଯେତେବେଳେ ସହରଗୁଡ଼ିକରେ ପ୍ରବେଶ ପାଇଁ ଫାଟକ ରହୁଥିଲା, ସେତେବେଳେ ସେମାନେ ନିଜ ସହରର ଚାବି କେବଳ ଜଣେ ବିଶ୍ଵାସଯୋଗ୍ୟ ବ୍ୟକ୍ତିଙ୍କୁ ହିଁ ଦେଉଥିଲେ । ଡ. ସାମନ୍ତଙ୍କୁ ସେମାନଙ୍କ ଭଲପାଇବା ଓ ବିଶ୍ବାସ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଉଭୟ ବାର୍ଲାଡ ଓ ମିଲିସାଉଟି ସହର ଡ. ସାମନ୍ତଙ୍କ ମଧ୍ୟରେ ସେହି ମୂଲ୍ୟବୋଧକୁ ହିଁ ଦେଖି ଏହି ସମ୍ମାନ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *