ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଆନେସ୍ଥେସିଆ ବିଭାଗ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ଆନେସ୍ଥେସିଓଲୋଜିଷ୍ଟସ (ଆଇଏସ୍‌ଏ) ଭୁବନେଶ୍ୱର ଶାଖାର ମିଳିତ ଉଦ୍ୟମରେ ବିଶ୍ୱ ଆନେସ୍ଥେସିଆ ଦିବସ ପରିପ୍ରେକ୍ଷୀରେ ଶୁକ୍ରବାର ସମ୍ ହସ୍ପିଟାଲ କ୍ୟାମ୍ପସ-୧ ପରିସରରେ ଏକ ଦିବସୀୟ କମ୍ପ୍ରେସନ୍ ଓନ୍‌ଲି ଲାଇଫ୍ ସପୋର୍ଟ (କଲ୍‌ସ) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ଆନେସ୍ଥେସିଆ ବିଭାଗ ପକ୍ଷରୁ ହସ୍ପିଟାଲର ୬୦ରୁ ଉର୍ଦ୍ଧ୍ୱ ହାଉସ୍‌କିପିଂ, ସିକ୍ୟୁରିଟି, ହସ୍ପିଟାଲ କର୍ମଚାରୀ ଓ ଆଟେଣ୍ଡାଂଟମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।
ଏହି କଲ୍‌ସ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ନାଗରିକ ଗୋଟିଏ ଜୀବନ ରକ୍ଷା କରିପାରିବ । ହୃଦଘାତଜନିତ ଜରୁରୀକାଳୀନ ପରିସ୍ଥିତିରେ ଗୋଟିଏ ସାଧାରଣ ଲୋକ କିପରି ସାହସର ସହିତ ଏହାକୁ ଚିହ୍ନଟ କରି ପ୍ରାଥମିକ ଚିକିତ୍ସା ତଥା ଚେଷ୍ଟ କମ୍ପ୍ରେସନ୍ ସପୋର୍ଟ ମାଧ୍ୟମରେ ବ୍ୟକ୍ତିଟିର ଜୀବନ ବଚାଂଇପାରିବ ସେ ନେଇ କଲ୍‌ସ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର କୌଶଳ ଓ ଚିକିତ୍ସା ପ୍ରଣାଳୀର ବ୍ୟବହାର ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଆନେସ୍ଥେସିଆ ବିଭାଗୀୟ ମୁଖ୍ୟ ପ୍ରଫେସର(ଡାକ୍ତର) ଶାଶ୍ୱତ କୁମାର ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ ଦୈନନ୍ଦିନ ଜୀବନରେ ଘଟୁଥିବା ଦୁର୍ଘଟଣାଗସ୍ତ ବ୍ୟକ୍ତିକୁ ଜଣେ ସାଧାରଣ ଲୋକ କିପରି ତା’ର ଜୀବନରକ୍ଷା କରିବାରେ ସମର୍ଥ ହୋଇପାରିବ ସେ ନେଇ ଏହି କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
ଆନେସ୍ଥେସିଆ ବିଭାଗର ପ୍ରଫେସର(ଡାକ୍ତର) ପ୍ରେରଣା ବିଶ୍ୱାଳ , ପ୍ରଫେସର(ଡାକ୍ତର) ସ୍ୱସ୍ତିକା ସ୍ୱାରୋ, ପ୍ରଫେସର(ଡାକ୍ତର) ସୁଶ୍ରୀ ଦାସ ଓ ପ୍ରଫେସର(ଡାକ୍ତର) ରଞ୍ଜିତା ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *