ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ, ଦାବି ପୂରଣ ନ ହେଲେ ଧର୍ମଘଟ

ଭୁବନେଶ୍ୱର : ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।  ବସ ଭଡା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ୧୦ ଦିନର ସମୟ ଦେଲା ବସ ମାଲିକ ସଂଘ । ୧୦ ଦିନ ଭିତରେ ଭଡା ବୃଦ୍ଧି ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।  ଭଡା ନ ବଢିଲେ ଭାଟ ଛାଡ଼ ପାଇଁ ଦାବି କରିଛି ସଂଘ ।  ଆଜି ପରିବହନ ମନ୍ତ୍ରୀଙ୍କୁ ଭେଟି ୧୨ ଦଫା ଦାବିପତ୍ର ପ୍ରଦାନ କରିଛି ବସ ମାଲିକ ସଂଘ ।

ପରିବହନକୁ ନେଇ ଥିବା ପୂର୍ବ ନିର୍ଦ୍ଧାରିତ ୧୨ଟି ପାରାମିଟର ଲାଗୁ ପାଇଁ ଦାବି କରିଛି ସଂଘ। ୧୦ଦିନ ଭିତରେ ନିଷ୍ପତ୍ତି ନ ନେଲେ ପରବର୍ତ୍ତୀ କାର୍ଯ୍ୟ ନିର୍ଦ୍ଧାରିତ କରିବ ବସ ମାଲିକ ସଂଘ ।  ପ୍ରତିବର୍ଷ ଏପ୍ରିଲ ମାସରେ ପରିବହନ ବିଭାଗ ଏବଂ ସଂଘ ଭିତରେ ବୈଠକ ହେବାକଥା, ଯାହା ଦୀର୍ଘ ବର୍ଷ ହେଲା ହୋଇନଥିବା ସଂଘ ଅଭିଯୋଗ କରିଛି। ରାଜ୍ୟ ବସ ମାଲିକ ସଙ୍ଘ ସଭାପତି, ସମ୍ପାଦକ ଓ କାର୍ଯ୍ୟକାରିଣୀ ସଦସ୍ୟ ପରିବହନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସେପଟେ ମନ୍ତ୍ରୀ କହିଛନ୍ତି, ଏ ବାବଦରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ।

Spread the love