ସାପକାମୁଡା ରୋଗୀଙ୍କ ଚାଲିଗଲା ଜୀବନ
କେନ୍ଦ୍ରାପଡା : ସାପକାମୁଡା ରୋଗୀଙ୍କ ଚାଲିଗଲା ଜୀବନ । କେନ୍ଦ୍ରାପଡା ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଏହି ଅଭିଯୋଗ l ଅଭିଯୋଗ ଅନୁଯାୟୀ ଚାରି ଗାଁର ନାରାୟଣ ବେହେରାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ଯ ଚିକିତ୍ସାଳୟକୁ ଯିବା ପାଇଁ କହିଥିଲେ । ହେଲେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଂଚିଥିଲା । ଫଳରେ ନାରାୟଣଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
