ସାରା ରାଜ୍ୟରେ ତେଲର ଉତ୍କଟ ସମସ୍ୟା , ଠପ୍ ହୋଇଯିବ ବସ୍ ସେବା
ଭୁବନେଶ୍ୱର : ରାଜ୍ୟରେ ଦିନେ ଦୁଇ ଦିନ ଭିତରେ ଯାତ୍ରୀବାହୀ ବସସେବା ସଂପୂର୍ଣ୍ଣ ଠପ ହୋଇଯିବ। ଏମିତି ଆଶଂକା ପ୍ରକାଶ କରିଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ । ସାରା ରାଜ୍ୟରେ ତେଲର ଉତ୍କଟ ସମସ୍ୟା ଦେଖାଦେଇଛି । ଏଥିପାଇଁ ବାଧ୍ୟ ହୋଇ ଘରୋଇ ବସ ଚଳାଚଳ ବନ୍ଦ କରିବ ସଙ୍ଘ । ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହା କହିଛନ୍ତି ।
ସେ କହିଛନ୍ତି, ଓଡିଶା ସମେତ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ମଧ୍ୟ ତେଲ ମିଳୁ ନାହିଁ। ତେଣୁ ବାହାର ରାଜ୍ୟର ଗାଡ଼ି ଓଡିଶାକୁ ଆସି ପାରୁ ନାହିଁ। ରାଜ୍ୟ ସରକାର ସମ୍ବେଦନଶୀଳ ହୋଇ ତୁରନ୍ତ ଯାତ୍ରୀବାହୀ ବସ ଗୁଡିକୁ ତେଲ ଯୋଗାଇ ଦିଅନ୍ତୁ। ନଚେତ ଗାଡ଼ି ଚଳାଚଳ ସମ୍ଭବ ହେବ ନାହିଁ। ଏବେ ରାଜ୍ୟରେ କୋଭିଡ ଭଳି ସ୍ଥିତି । ସରକାର ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ସମସ୍ତ ଘରୋଇ ଗାଡ଼ି ବନ୍ଦ ହୋଇ ଯିବ ବୋଲି ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ କୁହାଯାଇଛି।
