ହର୍ମୁଜରେ ଭାରତ ଆସୁଥିବା ଜାହାଜ ଉପରେ ଆକ୍ରମଣ, ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ, ୧୯ ସୁରକ୍ଷିତ ଉଦ୍ଧାର

ହର୍ମୁଜରେ ଜାହାଜ ଊପରେ ଆକ୍ରମଣ। ଭାରତୀୟ ନାବିକଙ୍କ ମୃତ୍ୟୁ। ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜ ଉପରେ ଆଜି ଓମାନରେ ହର୍ମୁଜ୍‌ ପ୍ରଣାଳୀ ନିକଟରେ ଆକ୍ରମଣ ହୋଇଛି ଏବଂ ଏଥିରେ ଜଣେ ଭାରତୀୟ ନାବିକଙ୍କର ମୃତ୍ୟୁ ହୋଇଯାଇଛି। ଜାହାଜ ଏମ୍‌ଭି କାପେ ଦାଓରେ ୧୯ ଭାରତୀୟ ନାଗରିକଙ୍କ ସମେତ କିଛି କ୍ରୁ ସଦସ୍ୟ ଥିଲେ। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଓମାନ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଆକ୍ରମଣ ସଂକ୍ରାନ୍ତରେ ସ୍ପଷ୍ଟ କରାଯାଇଛି ଏବଂ ଘଟଣାରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ମସ୍କାଟ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ ରଖାଯାଇଛି। ଅନପେକ୍ଷେ ଜାହାଜରେ ଥିବା ସମସ୍ତ ଭାରତୀୟଙ୍କ ସମେତ କ୍ରୁ ସଦସ୍ୟଙ୍କ ସୁରକ୍ଷା ପ୍ରସଙ୍ଗରେ ଓମାନୀ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା ଜାରି ରହିଛି ଏବଂ ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଉଛି ବୋଲି ଦୂତାବାସ କହିଛି। ଏଫ୍‌ଏସ୍‌ୟୁଆଇ ( ଫରୱାର୍ଡ ସିମେନ୍‌ସ ୟୁନିଅନ୍‌ ଅଫ୍‌ ଇଣ୍ଡିଆ) ମୃତକଙ୍କୁ ଉତ୍ତରପ୍ରଦେଶ ଦେଓରିଆର ସୁରଜ ଯାଦବ ବୋଲି ଚିହ୍ନଟ କରିଛି। ଏମ୍‌ଭି କାପେ ଦେଓ ଭାରତ ଅଭିମୁଖେ ଆସୁଥିବାବେଳେ ଏହା ଉପରେ ଆକ୍ରମଣ ଦ୍ବାରା ଯାଦବଙ୍କ ମୃତ୍ୟୁ ହୋଇଥିବା ଏଫ୍‌ଏସୟୁଆଇ ସ୍ପଷ୍ଟ କରିଛି। ଏଫ୍‌ଏସ୍‌ୟୁଆଇ ଅନୁଯାୟୀ ଜାହାଜରେ ୨୦ ଭାରତୀୟଙ୍କ ସମେତ ୨୮ ଜଣ ଥିଲେ।

Spread the love

Leave a Reply

Your email address will not be published. Required fields are marked *