କଟକ ଘରୋଇ ହସ୍ପିଟାଲରେ ଉତ୍ତେଜନା, ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

କଟକ: ଜଲାରପୁର ଗାଁର ଜ୍ୟୋତିରଞ୍ଜନ ବାରିକଙ୍କ ପତ୍ନୀ ଚନ୍ଦ୍ରକାନ୍ତାଙ୍କର ଗଲ୍ ବ୍ଲାଡରରେ ଷ୍ଟୋନ ଅପରେସନ ପାଇଁ ଭର୍ତ୍ତି କରାଯାଇଥିଲା । ଅପରେସନ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ନିଆଳି ସ୍ଥିତ ହସ୍ପିଟାଲରେ ଚିକିତ୍ସାରେ ତ୍ରୁଟି ଓ ଭୁଲ ଇଞ୍ଜେକ୍ସନ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର । ହସ୍ପିଟାଲ ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ଦାବି କରିଥିଲେ । ହସ୍ପିଟାଲରେ ଲାଗିଥିବା ଡିଜି ସେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ । ନିଆଳି ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା । ନିଆଳି ପୋଲିସ ଓ କଟକ ଗ୍ରାମାଞ୍ଚଳ ଏସପି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ବିଳମ୍ବିତ ରାତିରେ ଲୋକମାନେ ପ୍ରତିବାଦରୁ ଉଠିଥିଲେ । ଆଜି ପୋଲିସ ଉପସ୍ଥିତିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ହେବ ।

Read more

କର୍ତ୍ତବ୍ୟରେ ଅବହେଳା, ୩ ବନ କର୍ମଚାରୀ ସସପେଣ୍ଡ

କେନ୍ଦୁଝର: କର୍ତ୍ତବ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ । କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଓ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦୁଝର ଫରେଷ୍ଟର ପ୍ରମୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି । ଏହାସହ ଘଟଗାଁ ଫରେଷ୍ଟର ବିଶ୍ବରଂଜନ ମିଶ୍ର ଓ ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତି ନିଲମ୍ବିତ ହୋଇଛନ୍ତି । ହାତୀମାନଙ୍କ ଦ୍ବାରା ଫସଲ ହାନିଜନିତ କ୍ଷୟକ୍ଷତି ଆକଳନରେ ମଧ୍ୟ ଅବହେଳା କରିଥିବା ଜଣାପଡିଛି । ଏଥିସହ ଗତକାଲି ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ ।  ନିଆଁ ଆୟତ୍ତ କରିବା ପାଇଁ ନାକେଦମ ହେଲେଣି ବନବିଭାଗ କର୍ମଚାରୀ ।  ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅଧିନ ଟାକରା ଫରେଷ୍ଟ ସେକ୍ସନର ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ଦିନରାତି ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରି ନିଆଁ ଆୟତ୍ତ କରିବାରେ ଲାଗି ପଡିଛନ୍ତି ସ୍ଥାନୀୟ ବନ କର୍ମଚାରୀ ।  ଏହାସହ ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ନିଜର ଉଦ୍ୟମ ଜାରି ରଖିଛନ୍ତି ଟାକରା ବନପାଳ ରାକେଶ କୁମାର ସାହୁ ।

Read more

ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି, ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା

ଭୁବନେଶ୍ବର: ଏବେଠୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।  ଝାରସୁଗୁଡାରେ ୪୦ ଡିଗ୍ରୀ ମୁହାଁ ତାପମାତ୍ରା । ଗତ ୨୪ ଘଣ୍ଟାରେ

Read more

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଗ୍ୟାସ୍ ଯୋଗାଣରେ ବାଧା, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର

ଭୁବନେଶ୍ବର: ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଗ୍ୟାସ୍ ଯୋଗାଣରେ ବାଧା । ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର। ଏଲପିଜି ସିଲିଣ୍ଡର ପାଇଁ

Read more

ସ୍ଥାୟୀ ଖାଦ୍ୟ ସୁରକ୍ଷା ନିମନ୍ତେ କୃଷି ଓ ସହଯୋଗୀ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର, ୧୦ ମାର୍ଚ୍ଚ: କୃଷି କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ଓ କୃତ୍ରିମ ବୁଦ୍ଧିମତାର ଉପଯୋଗ ହିଁ ଭବିଷ୍ୟତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସ୍ଥାୟିତ୍ୱ ଆଣିପାରିବ ।

Read more

ସ୍ବାସ୍ଥ୍ୟ ଉପକାରୀ ପୋଦିନା ପତ୍ର, ହାଇ ୟୁରିକ୍ ଏସିଡ୍ ସମସ୍ୟାରୁ ଦେଇଥାଏ ମୁକ୍ତି

ସ୍ୱାସ୍ଥ୍ୟ ପାଇଁ ପୋଦିନା ପତ୍ର ବହୁତ ଭଲ ହୋଇଥାଏ । ଏଥିରେ ଏପରି କିଛି ଗୁଣ ଅଛି ଯାହା ଆପଣଙ୍କୁ ଅନେକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ

Read more

କାନ୍ଦିବା ମଧ୍ୟ ହୋଇଥାଏ ସ୍ବାସ୍ଥ୍ୟପକ୍ଷେ ଉପକାରୀ ! ପଢନ୍ତୁ ଏହି ୫ଟି ଫାଇଦା

ଯେମିତି ହସିବା ଆମ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ସେହିପରି ବେଳେବେଳେ କାନ୍ଦିବା ମଧ୍ୟ ଆମ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ଏକ ରିସର୍ଚ୍ଚ ଅନୁଯାଇ କେବେକେବେ

Read more

ବିଶ୍ବ ବିଚ୍ ଭଲିବଲ ଚାମ୍ପିଅନସିପ୍ ଉଦ୍ ଯାପିତ, ପୁରୁଷ ବର୍ଗରେ ଚେକ ରିପବ୍ଲିକକୁ ହରାଇ ବେଲଜିୟମ ଚାମ୍ପିଅନ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିଶ୍ବ ବିଚ୍ ଭଲିବଲ ଚାମ୍ପିଅନସିପ୍ ଉଦଯାପିତ ହୋଇଛି। ପୁରୁଷ ବର୍ଗରେ ବେଲଜିୟ ଓ ମହିଳା ବର୍ଗରେ ଆମେରିକା ଚାମ୍ପିଅନ ହୋଇଛି

Read more

ସ୍ଥାୟିତ୍ୱ ଓ ନୂତନ ଉଦ୍‌ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ “ସଷ୍ଟେନହେଲ୍‌ଥ – ୨୦୨୬” ଆୟୋଜିତ

ଭୁବନେଶ୍ୱର, ମାର୍ଚ୍ଚ ୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ), ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍

Read more

ଖସିଲା ସୁନା ଏବଂ ରୁପା ଦର, ଗହଣା କିଣିବା ପୂର୍ବରୁ ଜାଣନ୍ତୁ ଦାମ୍

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା

Read more