SCERTରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍, ଯାଞ୍ଚ କରୁଛି ଡାଟା ଓ ଦସ୍ତାବିଜ୍
ଭୁବନେଶ୍ୱର : ବହି ତ୍ରୁଟି ମାମଲାରେ ତଦନ୍ତ ଜୋରଦାର। SCERTରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍। OSEPA ପରେ ଏବେ SCERTରେ ତଦନ୍ତ ଜାରି । SCERT କାର୍ଯ୍ୟାଳୟରେ ଦୃତୀୟ ଥର ପାଇଁ ଛାନଭିନ କରୁଛି କ୍ରାଇମବ୍ରାଞ୍ଚ। ପୂର୍ବରୁ ବହି ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ କରିସାରିଛି ତଦନ୍ତକାରୀ ଟିମ୍ । ଆଜିର ଛାନଭିନ ମଧ୍ୟ ତଦନ୍ତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ବହି ଛପା, ଖର୍ଚ୍ଚ ଓ ତ୍ରୁଟି ସମ୍ପର୍କିତ ଅଧିକ ତଥ୍ୟ ଓ ଦସ୍ତାବିଜ୍ ହାସଲ କରିବାକୁ SCERTରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । OSEPAରୁ ତଥ୍ୟ ସଂଗ୍ରହ ପରେ ଏବେ SCERTରେ ଡାଟା ଓ ଦସ୍ତାବିଜ୍ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍।
