ଭଉଣୀ ଘରକୁ ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଭାଇର ମୃତ୍ୟୁ
ଅନୁଗୁଳ: ଅଧାରେ ରହିଗଲା ଭଉଣୀର ସାବିତ୍ରୀ ଭାର । ଭଉଣୀ ଘରକୁ ସାବିତ୍ରୀ ଭାର ନେଇ ଯିବାବେଳେ ଦୁର୍ଘଟଣାରେ ଚାଲିଗଲା ଭାଇର ଜୀବନ । ଅନୁଗୁଳ ଜିଲ୍ଲା ଜରପଡା ଥାନା ସାନ୍ତରାପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ମୁଣ୍ଡାସାହି ଗାଁର ଅନିଲ ପ୍ରଧାନ ନିଜ ଝିଅ ସହ ଅନୁଗୁଳ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅନିଲଙ୍କ ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟବଶତଃ ତାଙ୍କ କୁନି ଝିଅର କୌଣସି କ୍ଷତି ହୋଇନାହିଁ। ଖବରପାଇ ଜରପଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି
ସେହିପରି ଗତକାଲି ଯାଜପୁରରେ ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରିବା ସମୟରେଦୁର୍ଘଟଣାରେ ଚାଲିଗଲା ମାଆର ଜୀବନ । ଆଟୋ ପଛରେ କାରଟି ଧକ୍କା ଦେଇଥିଲା । ସ୍ତ୍ରୀ ମୃତ, ସ୍ୱାମୀ ଓ ଶାଶୁ ଗୁରୁତର ହୋଇଥିଲେ । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଅଟୋଟି ଆନନ୍ଦପୁରର ବରପଦା ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ।
