କରୋନା ସଂକ୍ରମଣ ସତର୍କତା ଓ ସଚେତନତା

ଭୁବନେଶ୍ୱର,ତା-୧୪.୩.୨୦୨୦: (କୋଭିଡ୍‌-୧୯) ସମ୍ଭାବ୍ୟ ସଂକ୍ରମଣ ପରିପ୍ରେକ୍ଷୀରେରେ ଶନିବାର ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଶିଳ୍ପ ବିଭାଗ ମୁଖ୍ୟ ଶାସନ ସଚିବ   ଶ୍ରୀ ହେମନ୍ତ କୁମାର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସରକାର ତଥା ସ୍ୱାସ୍ଥ୍ୟ ବିଭାଗ  ପରମର୍ଶ ଓ ସତର୍କତାମୂଳକ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ସଂକ୍ରାମକ ରୋଗରୁ ଦୂରେଇ ରହିବା ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି, ସେଥିରେ ରାଜ୍ୟ ସରକାର ସହଯୋଗ କରିଛନ୍ତି । ତାହା ହେଲା, ସଂକ୍ରାମକ ରୋଗ ଆଇନ୍ ୧୮୯୭ ଅନୁସାରେ ରୋଗକୁ ପ୍ରତିହତ କରିବା ପାଇଁ ସରକାର ଆବଶ୍ୟକ  ପଦକ୍ଷେପ ଗ୍ରହଣ  କରିଛନ୍ତି ।
ରାଜ୍ୟ ସରକାର ଗ୍ରାମ ପଂଚାୟତ ସ୍ତରରେ ସରପଂଚ ଏବଂ ସହରାଂଚଳରେ  କୌଣସି ଯାତ୍ରୀ ବିଦେଶ ଯାତ୍ରାରୁ ଫେରିଛନ୍ତି, ତେବେ ସେମାନେ ତତ୍ ସଂପର୍କିତ ବିବରଣୀ  କରିବେ।    ଏଥିପାଇଁ ଆବାସିକ କଲ୍ୟାଣ ସୋସାଇଟି ( ରେସିଡେନ୍ସିଆଲ
ସାଇଟି) କର୍ମକର୍ତାମାନେ ସହାୟତା କରିବେ । ଗ୍ରାମାଂଚଳରେ ବିଡିଓ ଓ ସହରାଂଚଳରେ ମ୍ୟୁନିସିପାଲ କର୍ତୃପକ୍ଷଙ୍କୁ
କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବାର ମୁଖ୍ୟ ଉପାୟ ହେଲା ସ୍ୱଚ୍ଛତା ଓ ସତର୍କତା ଅବଲମ୍ବନ କରିବା।
ସଂକ୍ରମିତ ରୋଗୀ ନିଜେ ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ରଖିବା ଏବଂ ସେହିଭଳି ସୁସ୍ଥ ଲୋକ  ହେଉଛି ପ୍ରଧାନ ସତର୍କତା ।  ପ୍ରକାଶ ଥାଉକି,  ବର୍ତମାନ ସୁଦ୍ଧା ଓଡିଶାରେ କରୋନା ଭୂତାଣୁ ଜନିତ ସଂକ୍ରମଣରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇ ନାହାନ୍ତି।  ବାହାରୁ ଆସିଥିବା ପରୀକ୍ଷଣ ପାଇଁ ୨୧ ଟି ର ରକ୍ତ ନମୁନା ପଠାଯାଇଥିବା ବେଳେ ସେଗୁଡିକ କରୋନ
ନେଗେଟିଭ୍ ରିପୋର୍ଟ ଆସିଥିବା ଜଣାଯାଇଛି । କୌଣସି ପ୍ରକାର ସଂକ୍ରମଣକୁ ଏଡାଇବା ପାଇଁ  ପ୍ରତିଷେଧ ମୂଳକ ତ୍ୱରିତ ପଦକ୍ଷେପ ନେଉଛନ୍ତି ।  ବିଲା ପାଇଁ ଖୁବ୍ ଶିଘ୍ର ବୈଷୟିକ ପରାମର୍ଶ ଦାତା କମିଟି ଗଠନ ପାଇଁ ସରକାର ନିଷ୍ପତି ନେଇଛନ୍ତି। ସମ୍ଭାବ୍ୟ ସଂକ୍ରମଣ ଓ ପ୍ରତିରୋଧ ସଂପର୍କରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା    ସୂଚନା ଅନୁସାରେ  ଡାକ୍ତରୀ ଚିକିତ୍ସାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । କରୋନା ସଂକ୍ରମଣକୁ ଜାତୀୟ ବିପର୍ଯ୍ୟୟରେ ଅନ୍ତର୍ଭୁକ୍ତ କରାଯାଇଥିବା ପରିପ୍ରେକ୍ଷୀରେ  ରାଜ୍ୟ ସରକାରଙ୍କ  ପକ୍ଷରୁ ମଧ୍ୟ ଏହା ରାଜ୍ୟ ବିପର୍ଯ୍ୟୟ ଭାବେ ଗ୍ରହଣ କରାଯାଇଛି ।  ଆହୁରି ମଧ୍ୟ ମାସ୍କ, ଗ୍ଲୋବ୍‌ସ୍‌, ସାନିଟାଇଜରକୁ ଅତ୍ୟାବଶ୍ୟକ ଦ୍ରବ୍ୟ  ଆଇନ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଫଳରେ ଏହାର ମୂଲ୍ୟକୁ ନିୟନ୍ତ୍ରଣ କରାଯାଇଛି । ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନବନ୍ଦରରେ ଅବତରଣ କରୁଥିବା ଯାତ୍ରୀମାନଙ୍କର ସବିଶେଷ ସୂଚନା  ରଖାଯାଇ ପରବର୍ତୀ ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ଚିକିତ୍ସା ଜନିତ ପଦକ୍ଷେପ  ନିଆଯାଇପାରିବ । ଏହି ଅବସରରେ ଶ୍ରୀ ଶର୍ମା “ପରିସ୍କାର ହାତ କରି ଧୁଅନ୍ତୁ, ସୁସ୍ଥ ରୁହନ୍ତୁ”ର ଆହ୍ୱାନ ଦେଇଛନ୍ତି । କରୋନା ସମ୍ବାବ୍ୟ ସଂକ୍ରମଣ ପ୍ରତି କୌଣସି ପ୍ରକାର ଭୟଭୀତ ନହୋଇ ସତର୍କତା ଓ ସଚେତନତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ  ଅନୁରୋଧ କରାଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡି.ଏଚ୍‌.ଏସ୍‌. ଡାକ୍ତର ବିଜୟ କୁମାର  ମହାପାତ୍ର, ସୂଚନା ଓ ଲୋକ ସଂପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love