ବ୍ରେକଫେଲ ହେବାରୁ ନିୟନ୍ତ୍ରଣ ହରାଇଲା ଟ୍ରକ, ୮ରୁ ଅଧିକ ବାଇକ୍ କ୍ଷତିଗ୍ରସ୍ତ
କୋରାପୁଟ : କୋରାପୁଟରେ ଅଳ୍ପକେ ବଡ଼ ଧରଣର ଅଘଟଣ ଟଳିଯାଇଛି। ବ୍ରେକ୍ ଫେଲ୍ ହୋଇ ଏକ ଜରି ବୋଝେଇ ଆଇଚର୍ ଟ୍ରକ୍ ନିୟନ୍ତ୍ରଣ ହରାଇ ଏଚପି ଗ୍ୟାସ ଏଜେନ୍ସି ପରିସରକୁ ପସିଯାଇଛି । ଦୁର୍ଘଟଣାରେ ରାସ୍ତା କଡ଼ରେ ଥିବା ୮ରୁ ଅଧିକ ବାଇକ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛି ଅନେକ ଜୀବନ । କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ସହର ପ୍ରବେଶ ପଥରେ ଆଜି ଘଟିଛି ଏକ ଭୟାବହ ଦୁର୍ଘଟଣା । ଜରି ବୋଝେଇ ଏକ ଟ୍ରକ୍ ହଠାତ୍ ବ୍ରେକ୍ ଫେଲ୍ ହୋଇ ନିୟନ୍ତ୍ରଣ ହରାଇଥିଲା । ଫଳରେ ଟ୍ରକ୍ଟି ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବାଇକ୍ଗୁଡ଼ିକ ଉପରେ ଚଢ଼ିଯାଇଥିଲା । ଟାଉନ୍ ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
