ମାଆ ଝିଅଙ୍କୁ ବୀଭତ୍ସ ହତ୍ୟା, ଚେନ୍ କ୍ରାଙ୍କରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ। ମାଆ ଝିଅଙ୍କୁ କରାଯାଇଛି ବୀଭତ୍ସ ହତ୍ୟା । ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଗରମ ଯୋଗୁଁ ଉଭୟ ମାଆ ଓ ଝିଅ ଘର ଅଗଣାରେ ଶୋଇଥିବା ବେଳେ କିଛି ପଡ଼ୋଶୀ ଯୁବକ ସେମାନଙ୍କୁ ଆକ୍ରମଣ କରିଥିଲେ। ବାଇକର ଚେନ୍ କ୍ରାଙ୍କରେ ସେମାନଙ୍କୁ ନିର୍ଦ୍ଦୟ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତା କିମ୍ବା ଗୁଣି ଗାରେଡିକୁ ହତ୍ୟା କରାଯାଇଥିବା ସନ୍ଦେହ । ମୃତକ ହେଲେ ୬୦ ବର୍ଷୀୟା ଉର୍ମିଳା ପାତ୍ର ଓ ୩୫ ବର୍ଷୀୟା ଲିଳିମା କୁଦେଇ । ମୃତ ମହିଳାଙ୍କ ସେଭଳି କେହି ସମ୍ପର୍କୀୟ ନାହାନ୍ତି । ଘଟଣାସ୍ଥଳରେ ଏବେବି ମୃତଦେହ ପଡ଼ି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

 

Spread the love

Leave a Reply

Your email address will not be published. Required fields are marked *