ସନ୍ଧ୍ୟା ୬ଟା ପରେ ସମସ୍ତ ହାଟ ବନ୍ଦ

ଭୁବନେଶ୍ୱର, ୧୮/୦୩: ବିଏମସି ଅଧୀନରେ ଥିବା ସମସ୍ତ ହାଟ ପାଇଁ କଟକଣା ଜାରି । ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ହାଟ । ଓଡ଼ିଶାରେ ମହାମାରୀ କରୋନା ଭାଇରସ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷପ ନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ର ସବୁଠାରୁ ଅଧିକ ଜନଗହଳି ପୂର୍ଣ୍ଣ ହାଟ ଗୁଡିକୁ ସନ୍ଧ୍ୟା ୬ଟା ପରେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ଏହି ନିୟମ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ରାଜ୍ୟସରକାରଙ୍କ ନିଷ୍ପତ୍ତି କ୍ରମେ ବିଏମସି ପକ୍ଷରୁ କରୋନା ଭାଇରସର ସମ୍ପ୍ରସାରଣକୁ ରୋକିବା ପାଇଁ ଜନଗହଳି ପୂର୍ଣ୍ଣ ହାଟ ଗୁଡିକ ଉପରେ ଏହି କଟକଣା ଜାରି କରାଯାଇଛି ।

Spread the love