ବିଏମ୍ ସିର ଏସଆଇଆର୍ ସମୀକ୍ଷା ବୈଠକ

ଭୁବନେଶ୍ୱର;  ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ସମୀକ୍ଷା ବୈଠକ ବିଏମ୍ ସି ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ମଧ୍ୟ 112, ଭୁବନେଶ୍ୱର ଉତ୍ତର-113 ଓ ଭୁବନେଶ୍ୱର ଏକାମ୍ର-114 ବିଧାନସଭା କ୍ଷେତ୍ରରେ ଅଭିଯୋଗ ପାଇଁ ନୋଟିସ୍ ବଣ୍ଟନ, ଗ୍ରହଣ, ଶୁଣାଣି ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । 30 ତାରିଖ ସୁଦ୍ଧା ବଣ୍ଟନ ହୋଇନଥିବା ନୋଟିସ୍, ଅତିକ୍ରାନ୍ତ ହୋଇଯାଇଥିବା ଶୁଣାଣିଗୁଡିକର ଉପଯୁକ୍ତ ସମାଧାନ, ଜିଲ୍ଲା ଇଲେକ୍ଟ୍ରୋରାଲ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ହୋଇଥିବା ନଥିର ସ୍ଥିତି, ଚୂଡାନ୍ତ ତାଲିକା ପ୍ରକାଶ ଅଗ୍ରଗତି, ପେଣ୍ଡିଂ ଥିବା ଶୁଣାଣି ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ଶେଷ କରିବାର ସମୟସୀମା, ବାକିଥିବା ଏବଂ ବଣ୍ଟନ ହେବାକୁ ଥିବା ଫର୍ମ 6, 6ଏ ଓ 8ର ସମୀକ୍ଷା କରାଯାଇଥିଲା । ଡେପୁଟି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନାମିକା ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ, ଜୋନାଲ କମିଶନର ଶ୍ରୀ ପ୍ରଣବ କୁମାର ବେହେରା, ରାକେଶ କୁମାର ପାତ୍ର, ସୂର୍ଯ୍ୟମଣି ପାଟ୍ଟଯୋଷୀ, ମନ୍ମଥ ନାୟକ ପ୍ରମୁଖ ମଂଚାସୀନ ଥିଲେ । ଭୁବନେଶ୍ୱର ଉତ୍ତର ବିଧାନସଭା କ୍ଷେତ୍ରରେ ସର୍ବାଧିକ 80.27 ପ୍ରତିଶତ ନୋଟିସ ବଣ୍ଟନ କରାଯାଇଥିବା ବେଳେ ଭୁବନେଶ୍ୱର ମଧ୍ୟ ବିଧାନସଭା କ୍ଷେତ୍ରରେ 76.09 ପ୍ରତିଶତ ନୋଟିସ୍ ବଣ୍ଟନ କରାଯାଇଛି। ସେହିପରି ଭୁବନେଶ୍ୱର ଏକାମ୍ର ବିଧାନସଭା କ୍ଷେତ୍ରରେ ଆଜି ସୁଦ୍ଧା 50 ପ୍ରତିଶତ ନୋଟିସ ବଣ୍ଟନ କରାଯାଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ଡେପୁଟି ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ବିଏମ୍ ସି ଅଂଚଳର ସମସ୍ତ ଇଆର୍ ଓ, ଏଇଆର୍ ଓ, ବିଏଲ୍ ଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love