ମାଷ୍ଟରକ୍ୟାଣ୍ଟିନ ଅଟୋ ଘଟଣା, ଛୁଟି ଦିନରେ ବି ଜବାବ ଗ୍ରହଣ କଲା RTO
ଭୁବନେଶ୍ବର: ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ବିଶୃଙ୍ଖଳା ଘଟଣାରେ ପରମିଟ ବାତିଲ ଭୟରେ RTOରେ ଜବାବ ରଖିଲେ ଅନଲାଇନ ଅଟୋ ମାଲିକ । ପିଏମଜି ଅନଲାଇନ ଅଟୋ ଚାଳକଙ୍କ ବିଶୃଙ୍ଖଳା ଆଚରଣ ପାଇଁ ହୋଇଥିଲା ସମନ । ଏତେ ସଂଖ୍ୟକ ଗାଡ଼ି କାହିଁକି ପିଏମଜିରେ ଏକାଠି ହୋଇଥିଲା ଏନେଇ ପକ୍ଷ ରଖିଛନ୍ତି । ଏପରିକି କାହିଁକି ସେମାନଙ୍କ ପରମିଟ ବାତିଲ ନ ହେବ ସେନେଇ ମଧ୍ୟ କାରଣ ଦର୍ଶାଇଛନ୍ତି। ଭୁବନେଶ୍ୱର ଆରଟିଓ-୧ ଆଜି ସରକାରୀ ଛୁଟି ସତ୍ତ୍ବେ ଅଟୋ ମାଲିକଙ୍କ ଜବାବ ଗ୍ରହଣ କରିଛନ୍ତି । ଏନେଇ ଏକ ଶୁଣାଣି ହେବା ପରେ ପରମିଟ ବାତିଲ ନେଇ ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ପିଏମଜିରୁ ସିଜ ଅଟୋଗୁଡ଼ିକର ଡକ୍ୟୁମେଣ୍ଟ ଯାଞ୍ଚ ହୋଇଛି । ଯେଉଁମାନେ କୌଣସି ଡକୁମେଣ୍ଟ ନାହିଁ ସେମାନଙ୍କ ବିରୋଧରେ ଫାଇନ ମଧ୍ୟ କଷିଛି ପରିବହନ ବିଭାଗ । ଏନେଇ ଅନେକ ଅଟୋ ମାଲିକ କହିଛନ୍ତି ସେମାନଙ୍କୁ ସଙ୍ଘ ପକ୍ଷରୁ ଏକାଠି ହେବାକୁ ଡକାଯାଇଥିଲା । ଫଳରେ ଘଟଣାଦିନ ଟ୍ରାଫିକ ପରିସ୍ଥିତ ଉପୁଜିଥିଲା ।
