ନୂଆ ଓଡ଼ିଆ ଚଳଚ୍ଚିତ୍ର “ଜଙ୍ଖ” ର ଟାଇଟିଲ ଘୋଷଣା

ଭୁବନେଶ୍ୱର, ୯/୯: ଶଗୁନ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ଜଙ୍ଖ” ର ଟାଇଟିଲ ଘୋଷଣା ହୋଇଛି । ଭୁବନେଶ୍ୱର ଉପକଣ୍ଠଏକ ତାରକା ହୋଟେଲରେ ମହାଡମ୍ବରରେ ଟାଇଟିଲ ଘୋଷଣା ଅବସରରେ ଫିଲ୍ମର ସମସ୍ତ କ୍ରି୍ୟୁ ମେମ୍ବର ଏବଂ ଗଣମାଧ୍ୟମ ବନ୍ଧୁ ଯୋଗଦେଇଥିଲେ। ନୂଆ ପୀଢ଼ିର ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକଙ୍କ ଭିନ୍ନ ଏକ ପରିକଳ୍ପନା ଜଙ୍ଖ । ଅନେକ ମୌଳିକ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ଧାରା ଚାଲିଥିବା ବେଳେ ପ୍ରଯୋଜକ ଶୁଭ୍ରଜିତ ଜେନା ମଧ୍ୟ ସେହିଭଳି ପରିକଳ୍ପନା କରିଛନ୍ତି । ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରଜିତ ଜେନା ଏବଂ ରାହୁଲ ରାୟ । ଚିତ୍ରନାଟ୍ୟ ଏବଂ ସଂଳାପ ରଚନା
କରିଛନ୍ତି ବହୁ ଅଭିଜ୍ଞ ସିଦ୍ଧାର୍ଥ ଗୌତମ। ବିଶ୍ୱଜିତ କୁଲଡି (ଡିଓପି) ଦାୟିତ୍ୱ ନେଇଛନ୍ତି। ପ୍ରଚାର ଓ ପ୍ରସାରରେ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ରହିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସମ୍ବିତ କୁମାର ମହାନ୍ତି, ମହାଦେବ ରାଉତ ଏବଂ ମ୍ରିନ୍ମୟ ଏମ ଏସ। କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, କୁଲଦୀପ ପଟ୍ଟନାୟକ, ସତ୍ୟଜିତ୍ ପ୍ରଧାନ, ସୌରଭ ଭରଦ୍ୱାଜ, ଗୌରବ ଆନନ୍ଦ ଏବଂ ମ୍ରିନ୍ମୟ ଏମ୍.ଏସ୍ । ଅନେକ ଯୁବ ଅଭିଜ୍ଞ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏସଡି ମଣ୍ଡଳ, ପାର୍ଥ ସାରଥୀ ରାୟ, ବିଶ୍ଵରୂପା ରାଉତ, ଜଗନ୍ନାଥ ସେଠ, ଉମାକାନ୍ତଙ୍କ ଭଳି ଆହୁରି ଅନେକ କଳାକାର । ତେବେ ଜଙ୍ଖ ବିଷୟରେ ଅନେକେ ଆଈ ମାଆ କାହାଣୀ ବା ଲୋକକଥା ଭାବନ୍ତି ତ କେହି ପୌରାଣିକ କଥା ବସ୍ତୁ ଭାବିଥାନ୍ତି । ଏହି କାହାଣୀକୁ ଦୀର୍ଘ ଦୁଇବର୍ଷ ଧରି ଗବେଷଣା କରିଛନ୍ତି ସିଦ୍ଧାର୍ଥ ଗୌତମ । ଏଥିରେ ଆମ ଜଗନ୍ନାଥ ସଂସ୍କୃତିର କଥା ରହିଛି, ଆମ ରାଜ ରାଜୁଡା ସମୟର କଥା ରହିଛି । ଖୁବଶୀଘ୍ର ସୁଟିଂ ଫ୍ଲୋରକୁ ଯିବ ଏବଂ ଏହା ଆସନ୍ତା ୨୦୨୭ ରେ ନୂଆ ବର୍ଷ ଅବସରରେ ମୁକ୍ତିଲାଭ କରିବ ।

Spread the love

Leave a Reply

Your email address will not be published. Required fields are marked *