୧୪ରୁ ୨୫ ପର୍ଯ୍ୟନ୍ତ ଖଣ୍ଡଗିରି ଯାତ୍ରା

ଆଉ କିଛି ଦିନ ମଧ୍ୟରେ ଖଣ୍ଡଗିରିରେ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ। ଆସନ୍ତା ଫେବୃଆରୀ ୧୪ରୁ ଜମିବ ଯାତ୍ରା ମଉଜ। 

ଚର୍ଚିତ ନାଟକକୁ ନେଇ ମଇଦାନକୁ ଓହ୍ଲାଇବେ ବିଭିନ୍ନ ଯାତ୍ରା ଦଳ। ଏବେ ଠାରୁ ଛାଇ ଗଲାଣି ଯାତ୍ରା ପୋଷ୍ଟର୍। ଫେବ୍ରୁଆରି ୧୪ରୁ ୨୫ ପର୍ଯ୍ୟନ୍ତ ହୁଲସ୍ତୁଲ୍‌ କରିବ ଖଣ୍ଡଗିରି ଯାତ୍ରା ମହାସମର।

ଫେବୃଆରୀ ୧୪ରୁ ୧୮ ପର୍ଯ୍ୟନ୍ତ ଧଉଳି ଗଣନାଟ୍ୟ(ସନାତନ ସଦନ,ଘାଟିକିଆ), ୧୯ରୁ ୨୫ ତୁଳସୀ ଗଣନାଟ୍ୟ,୧୪ରୁ୧୮ ସ୍ୱର୍ଣ୍ଣ ମହଲ (ମହତାବ ପେଣ୍ଡାଲ, ୧୯ରୁ ୨୫ ଯାତ୍ରା ବିଶ୍ୱଦରବାର,୧୪ରୁ ୧୮ ଗୌରୀ ଗଣନାଟ୍ୟ, ୧୯ରୁ ୨୫ କଳିଙ୍ଗ ଗଣନାଟ୍ୟକୁ ଉପଭୋଗ କରିପାରିବେ ଦର୍ଶକେ।

ସେହିପରି ୧୭ରୁ ୨୫ ରଙ୍ଗମହଲ, ୧୯ରୁ ୨୫ ଯାତ୍ରା ସଚ୍ଚିଦାନନ୍ଦ,୧୫ରୁ ୧୯ ଶିବାନୀ ଗଣନାଟ୍ୟ, ୨୦ରୁ ୨୫ କୋଣାର୍କଗଣନାଟ୍ୟ ଏବଂ ୧୯ରୁ ୨୫ ପର୍ଯ୍ୟନ୍ତ ଇନ୍ଦମହଲ ମଧ୍ୟରେ ଯାତ୍ରା ମହାସମରରୁ ଦର୍ଶକେ ମଜା ନେଇପାରିବେ।

Spread the love