କପିଳାସ ଦର୍ଶନ ସାରି ଫେରୁଥିବା ବେଳେ ଯୁବକ ଓ ଯୁବତୀଙ୍କୁ ମାଡ଼ ଘଟଣା, ୩ ଯୁବକ ଗିରଫ
ଢେଙ୍କାନାଳ : ରାସ୍ତାରେ ଯୁବକ ଯୁବତୀଙ୍କୁ ଅଟକାଇ ମାଡ଼ ମାରିବା ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି । ଏହି ଘଟଣା ସର୍ମ୍ପକରେ ଅଧିକ ପଚରାଉଚାରା କରୁଛି ଗଂଦିଆ ପୋଲିସ୍ । ଘଟଣାକୁ ନେଇ ଯୁବତୀ ଗଂଦିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତିନି ଜଣ ଅଭିଯୁକ୍ତ ହେଲେ ବଣିଆଗାଁର ସରୋଜ ନାୟକ ଓ ସମୀର ନାୟକ ଓ ମନ୍ଦାର ରାୟପୁର ଗ୍ରାମର ସଂଗ୍ରାମ ରଥ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ମାଡ଼ ମାରା ଯାଇଥିବା ଯୁବକ ଯୁବତୀ କିଛି ବନ୍ଧୁ ମାନଙ୍କ ସହ କପିଳାସ ଦର୍ଶନ ପାଇଁ ଆସି ଫେରୁଥିଲେ । ଏହି ସମୟରେ ରାସ୍ତାରେ ଅନ୍ୟ ବନ୍ଧୁ ମାନଙ୍କୁ ଅପେକ୍ଷା କରିଥିଲେ ଏବଂ ରାସ୍ତା କଡ଼ରେ କଥା ବାର୍ତ୍ତା ହେଉଥିଲେ । ହେଲେ ;ସେଠାରେ କିଛି ଯୁବକ ତାଙ୍କୁ ମାଡ଼ ମାରିବା ସହ ଗଳି ଗୁଲଜ କରି ଥିଲେ । ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ପରେ ଅଭିଯୋଗକାରୀଙ୍କ ବୟାନ ଆଧାରରେ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରାଯାଇଛି ।
ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଅଭିନବ ସୋନକର କହିଛନ୍ତି । ଏହି ଘଟଣାଟି ଘଟିଥିଲା ଗତ ୧୮ ତାରିଖ ଢେଙ୍କାନାଳ ଜିଲ୍ଲାର ଗଂଦିଆ ଥାନା ଅନ୍ତର୍ଗତ କପିଳାସ – ଟାଙ୍ଗି ରୋଡ଼ର ଶୋରିସିଆ ପଦା ପଞ୍ଚାୟତର ଧାନରଗଡା ନିକଟରେ । ଦୁଇ ଜଣ ଯୁବକ ଯୁବତୀଙ୍କୁ ଅଟକାଇ ଅଶାଳୀନ ବ୍ୟବହାର କରିବା ସହ ମାଡ଼ ମଧ୍ୟ କିଛି ଲୋକ ମାରିଥିଲେ । ଏହି ଘଟଣାର ପୋଲିସ ଗୁରୁତର ସହ ନେଇ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ କେଉଁ ମାନଙ୍କର ସଂପୃକ୍ତି ରହିଛି ତାହା ତଦନ୍ତ କରୁଛି । ମାଡ଼ ଖାଇଥିବା ଯୁବକ ଯୁବତୀ ମାନଙ୍କ ସହ ପୋଲିସ ଯୋଗା ଯୋଗ କରି ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ କହିଥିବା ଏମ୍.ପି ଅଭିନବ ସୋନଙ୍କର ପ୍ରକାଶ କରିଛନ୍ତି ।
