ଟୀକା ପରେ ପାରାସିଟାମଲ୍ ବଦଳରେ ଦେଇଦେଲେ ଡାଇବେଟିସ୍ ଔଷଧ, ୫ ଶିଶୁ ଆଇସିୟୁରେ ଭର୍ତ୍ତି

ସୁରଟ : ଗୁଜରାଟ ସୁରଟରେ ଟୀକାକରଣ ପରେ ୫ ପିଲାଙ୍କୁ ପାରାସିଟାମଲ ବଦଳରେ ଡାଇବେଟିସ୍ ଔଷଧ ଦିଆଯାଇଛି । ଔଷଧ ଖାଇବା ପରେ ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଛି । ପିଲାମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ମାମଲାକୁ ନେଇ ସ୍ବାସ୍ଥ୍ୟ ବିଭାଗ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବିତ କରିଛି ।

ଖବର ଅନୁଯାୟୀ, ସୁରଟ ଜିଲ୍ଲା ପଲସାଣା ତହସିଲରେ କଣାବ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ସବ ସେଣ୍ଟର ପଲସାଣା୦୧ରେ ୨୩ ସେପ୍ଟେମ୍ବରକୁ ମମତା ଦିବସ ଅବସରରେ ୭ ଜଣ ପିଲାଙ୍କର ଟୀକାକରଣ ହୋଇଥିଲା । ଟୀକା ପରେ ୫ ଜଣ ପିଲାଙ୍କୁ ପାରାସିଟାମଲ୍ କିଡ୍ ଔଷଧ ଦିଆଯିବାର ଥିଲା କିନ୍ତୁ ତାଙ୍କୁ ଭୁଲବଃଶତ ଗ୍ଲିମୋରିରାଇଡ୨ ଏମଜି ଔଷଧ ଦିଆଯାଇଥିଲା । ଯାହା ଡାଇବେଟିଜରେ ବ୍ୟବହାର ହୁଏ ।

ତେବେ ଭୁଲବଃଶତ ଦିଆଯାଇଥିବା ଔଷଧ ଯୋଗୁଁ ୫ ଜଣ ପିଲାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁଁ ସେମାନଙ୍କୁ ଆଉସିୟୁରେ ଭର୍ତ୍ତି କରାଯାଇଥିଲା । ମାମଲା ବିଷୟରେ ସୂଚନା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ସ୍ବାସ୍ଥ୍ୟ ବିଭାଗ ତରଫରୁ ଛୁଆମାନଙ୍କୁ ଭୁଲ୍ ଔଷଧ ଦିଆଯିବା ନେଇ ମହିଳା ସ୍ବାସ୍ଥକର୍ମୀ ଇନ୍ଦୁବେନ ରୋତିଲାଲା ଚୌଧୁରୀଙ୍କୁ କାମରୁ ନିଲମ୍ବିତ କରାଯାଇଛି । ସୁରଟ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କୁ ନିଲମ୍ବିତ କରିବାର ଆଦେଶ ଦେଇଛନ୍ତି ।

ସରକାରୀ ନିଦ୍ଦେଶ ମୁତାବକ, ନିଲମ୍ବନ ପରେ ସେ ବିନା ଅନୁମତିରେ ଅନ୍ୟ କୌଣସି ସ୍ଥାନରେ ଚାକିରି କିମ୍ବା କାରବାର ଆରମ୍ଭ କରିପାରିବେ ନାହିଁ । ପ୍ରତି ମାସରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ ରହିବାକୁ ହେବ । ବିନା ଅନୁମତିରେ ମୁଖ୍ୟାଳୟ ଛାଡି ନ ଯିବାକୁ ନିର୍ଦ୍ଦେଶ । ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଯାଞ୍ଚ ପରେ କରାଯିବ ବୋଲି ଜଣାପଡିଛି ।

ଗୁଜରାଟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଫୁଲ ପାନସୋରିୟା କହିଛନ୍ତି, ପ୍ରଭାବିତ ପିଲାଙ୍କ ମଧ୍ୟରେ ୩.୫ ମାସରୁ ଆରମ୍ଭ କରି ୧ ବର୍ଷର ପିଲା ରହିଛନ୍ତି । ତେଣୁ ଘଟଣାକୁ ଗମ୍ଭୀରତାର ସହ ନେଇ ଅଧିକାରୀଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟୀକାକରଣ ପରେ ପିଲାଙ୍କୁ ଜ୍ବର ହେଇପାରେ, ତେଣୁ ପାରାସିଟାମଲ ଦିଆଯାଏ । କିନ୍ତୁ ଏହି ମାମଲାରେ ଭୁଲବଃଶତ ଡାଇବେଟିଜ ଔଷଧ ଦିଆଯାଇଥିଲା । ଯାହାପରେ ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ୫ ପିଲାଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *