ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ଓ ପ୍ରେମ ନିବେଦନ ଅଭିଯୋଗ, ଥାନାରେ ଶିକ୍ଷକ ଅଟକ
କଣ୍ଟାବାଞ୍ଜି : ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ଓ ପ୍ରେମ ନିବେଦନ ଅଭିଯୋଗ । ଶିକ୍ଷକଙ୍କୁ ଅଟକ ରଖିଲା ପୋଲିସ । ବଲାଙ୍ଗିର ସିନ୍ଧେକେଲା ଥାନା ଲିମପଡା ହାଇସ୍କୁଲରେ ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁସାରେ, ହାଇସ୍କୁଲର ଜଣେ ଶିକ୍ଷକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ମେସେଜ୍ ପଠାଇଥିଲେ । ଏନେଇ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ପରେ ଉକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ମେସେଜ୍ ଓ ଅନ୍ୟାନ୍ୟ ତଥ୍ୟର ଯାଞ୍ଚ ଚାଲିଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । ସ୍କୁଲ ଭଳି ଏକ ପବିତ୍ର ସ୍ଥାନରେ ଗୁରୁ ହେଉଛନ୍ତି ଭଗବାନ । ହେଲେ ଗୁରୁ ଓ ଶିଷ୍ୟ ଭଳି ପବିତ୍ର ସମ୍ପର୍କକୁ କଳଙ୍କିତ କରିଛନ୍ତି ଜଣେ ଶିକ୍ଷକ । ଏଭଳି ଘଟଣା ଅଂଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
