ମହାନଦୀରେ ବଢ଼ୁଛି ବନ୍ୟାଜଳ : ତଳମୁଣ୍ଡ ପାଇଁ ବିପଦ, ହୀରାକୁଦର ୩୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ
ଭୁବନେଶ୍ୱର : ଟଳିନି ବିପଦ । ଡରାଉଛି ମହାନଦୀ । ହୀରାକୁଦର ୩୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ତଳିଆଅଞ୍ଚଳରେ ବଢୁଛି ଛନକା । ଉପରମୁଣ୍ତରୁ ସେକେଣ୍ତ ପ୍ରତି ୫ ଲକ୍ଷ ୭୪ ହଜାର ୩୦୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୩୦ ଟି ଗେଟରେ ୫ ଲକ୍ଷ ୩୦ ହଜାର ୬୦୨ କ୍ୟୁସେକ ଜଳ ନିଷ୍କାସନ ହେଉଛି । ସେପଟେ ସମ୍ବଲପୁର ସହରର ନଦୀ କୁଳିଆ ଅଞ୍ଚଳର କିଛି ଘରକୁ ପାଣି ପଶିଚି l ସେହିପରି ସମ୍ବଲପୁର -ସୁବର୍ଣପୁର ରାସ୍ତାରେ 4 ଫୁଟ ର ପାଣି ଚାଲୁଛି l ଆଜି ରାତି ସୁଦ୍ଧା ମୁଣ୍ଡୁଳିରେ ଆସିବ ୮ ଲକ୍ଷ କ୍ୟୁସେକ ପାଣି। କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ।
କଣାସ-ସତ୍ୟବାଦୀ-ନିମାପଡ଼ା ଉପରେ ନଜର । ଆଠଗଡ଼ରେ ପଶିଛିବନ୍ୟାପାଣି । ମାଆ ଭଟ୍ଟାରିକାଙ୍କ ପୀଠରେ ପଶିଛି ପାଣି । ରଣ ନଦୀ ବନ୍ୟାରେ ବାଙ୍କୀ-ଡମପଡ଼ା ବ୍ଲକର ବିଲିପଡ଼ା ତାଳବସ୍ତ୍ ରାସ୍ତା ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି।
ମହାନଦୀରେ ବଢ଼ୁଛି ବନ୍ୟାଜଳ। ବଢୁଛି ଛନକା । ତଳମୁଣ୍ଡ ପାଇଁ ବିପଦ। ରାତିରେ ମୁଣ୍ଡଳୀରେ ପହଞ୍ଚିବ ପିକ୍ ବନ୍ୟା ପାଣି । ମହାନଦୀ ଫୁଲୁଥିବାରୁ ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କାଠଯୋଡ଼ି ଓ କୁଆଖାଇ ନଦୀରେ ଜଳସ୍ତର ବୃଦ୍ଧି । ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା। ୪ ଜିଲ୍ଲା ଉପରେ ବନ୍ୟା ନଜର । କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ।
ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା ଓ ଗୋପ ଅଞ୍ଚଳ ଉପରେ ବିଶେଷ ନଜର । କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳର କେତେକ ସ୍ଥାନରେ ବନ୍ୟାପାଣି ପଶିବା ଆରମ୍ଭ କରିଛି। ଜଳବନ୍ଦୀ ବଡ଼ମ୍ବାର ଆରାଧ୍ୟା ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ। ପୀଠ ଭିତରକୁ ପଶିଛି ବନ୍ୟାପାଣି। ମାଆ ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମାକୁ ରୋଷ ଘରକୁ ସ୍ଥାନାନ୍ତର କରାଯାଇଛି । ପୀଠରେ ୧୬୩ ଧାରା ଜାରି ରହିଛି।
