‘ଗର୍ବିତ ଓଡ଼ିଆ’ ପକ୍ଷରୁ ‘ସକାଳ’ ସହ-ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୮ା୯: ଓଡ଼ିଶା କିଛି ଆଗେଇଛି, ଅନେକ ବାଟ ଯିବାକୁ ଅଛି । ୨୦୩୬ରେ ଆମେ ସମୃଦ୍ଧ ଓଡ଼ିଶାର ପରିକଳ୍ପନା କରୁଥିବାବେଳେ ସବୁସ୍ତରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ଉଦ୍ୟମ କରିବା ଦରକାର। ନିଜ କଥା ଛାଡ଼ି, ରାଜ୍ୟର ବିକାଶ ପାଇଁ ଆମେ ମାନସିକସ୍ତରରେ ପ୍ରସ୍ତୁତ ହେଲେ ହିଁ ଓଡ଼ିଶା ଆହୁରି ଆଗେଇପାରିବ । ବିକାଶକୁ ନେଇ ତୁଚ୍ଛା ରାଜନୀତି ନକରି ରାଜନେତା, ସାଧାରଣ ଜନତା, ବୁଦ୍ଧିଜୀବୀ ଏକାଠି ଓଡ଼ିଶା କଥା ଚିନ୍ତା କରିବା ଦରକାର । ସାପ୍ତାହିକୀ ଖବରକାଗଜ ‘ଗର୍ବିତ ଓଡ଼ିଆ’ ପକ୍ଷରୁ ଆୟୋଜିତ ‘କେତେ ଆଗେଇଛି ଓଡ଼ିଶା’ ଆଲୋଚନା ଚକ୍ରରେ ଅତିଥିମାନେ ଏହା କହିଛନ୍ତି । ସମ୍ପାଦକ ବଳରାମ ରଣସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଧାୟକ ଅରୁଣ ସାହୁ, ଅରବିନ୍ଦ ମହାପାତ୍ର, ତାରା ପ୍ରସାଦ ବାହିନୀପତି, ଟଙ୍କଧର ତ୍ରିପାଠୀ, ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ସାମିଲ୍ ହୋଇଥିଲେ। ଏହି ଅବସରରେ ସକାଳର ସହ ସମ୍ପାଦକ ହେମନ୍ତ କୁମାର ମଲ୍ଲିକଙ୍କ ସମେତ ସନ୍ତୋଷ ସାହୁ, ଯଯାତି କେଶରୀ ରାଉତ, କଳାକାର ପ୍ରଜ୍ଞାରଞ୍ଜନ ଖଟୁଆ, ଶଙ୍କର ପ୍ରଧାନ ପ୍ରମୁଖଙ୍କୁ ସମ୍ବଦ୍ଧ୍ୱିର୍ତ କରାଯାଇଥିଲା । ଇଣ୍ଡିଆନ୍ ମିଡ଼ିଆ କଂଗ୍ରେସ ଓ ଗର୍ବିତ ଓଡ଼ିଆର ସାମ୍ବାଦିକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *