‘ମାନସିକତାର ପରିବର୍ତ୍ତନ ହେଲେ ଆଗେଇବ ଓଡିଶା’ : ‘ଗର୍ବିତ ଓଡ଼ିଆ’ ପକ୍ଷରୁ ‘କେତେ ଆଗେଇଛି ଓଡ଼ିଶା’ ଆଲୋଚନା ଚକ୍ର

ଭୁବନେଶ୍ୱର,୨୮/୯: ଓଡ଼ିଶା କିଛି ଆଗେଇଛି, ଅନେକ ବାଟ ଯିବାକୁ ଅଛି । କିଛି ହୋଇନି ବୋଲି ନୁହେଁ, ହେଲେ ଯେତିକି ଅଗ୍ରଗତି ହୋଇଛି ତାହା ସନ୍ତୋଷଜନକ ନୁହେଁ । ୨୦୩୬ରେ ଆମେ ସମୃଦ୍ଧ ଓଡ଼ିଶାର ପରିକଳ୍ପନା କରୁଥିବାବେଳେ ସବୁସ୍ତରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ଉଦ୍ୟମ କରିବା ଦରକାର । ନିଜ କଥା ଛାଡ଼ି, ରାଜ୍ୟର ବିକାଶ ପାଇଁ ଆମେ ମାନସିକସ୍ତରରେ ପ୍ରସ୍ତୁତ ହେଲେ ହିଁ ଓଡ଼ିଶା ଆହୁରି ଆଗେଇପାରିବ । ବିକାଶକୁ ନେଇ ତୁଚ୍ଛା ରାଜନୀତି ନକରି ରାଜନେତା, ସାଧାରଣ ଜନତା, ବୁଦ୍ଧିଜୀବୀ ଏକାଠି ଓଡ଼ିଶା କଥା ଚିନ୍ତା କରିବା ଦରକାର । ସାପ୍ତାହିକୀ ଖବରକାଗଜ ‘ଗର୍ବିତ ଓଡ଼ିଆ’ ପକ୍ଷରୁ ଆୟୋଜିତ ‘କେତେ ଆଗେଇଛି ଓଡ଼ିଶା’ ଆଲୋଚନା ଚକ୍ରରେ ଅତିଥିମାନେ ଏହା କହିଛନ୍ତି ।

ସମ୍ପାଦକ ବଳରାମ ରଣସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିଧାୟକ ସର୍ବଶ୍ରୀ ଅରୁଣ ସାହୁ, ଅରବିନ୍ଦ ମହାପାତ୍ର, ତାରା ପ୍ରସାଦ ବାହିନୀପତି, ଟଙ୍କଧର ତ୍ରିପାଠୀ, ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସ, ବରିଷ୍ଠ ସାମ୍ବାଦିକ ଭବାନୀ ପ୍ରସାଦ ଦାସ, ଇଣ୍ଡିଆନ୍‌ ମିଡ଼ିଆ କଂଗ୍ରେସର ଓଡ଼ିଶା ରାଜ୍ୟ ଶାଖା ସଭାପତି ରାମଚଣ୍ଡୀ ପ୍ରସାଦ ରଣସିଂହ, କ୍ରାନ୍ତିସେନାର ଆବାହକ ପାର୍ଥସାରଥି ମୁଦୁଲି, ବରିଷ୍ଠ ସାମ୍ବାଦିକ ରଜନୀ ସାମନ୍ତରାୟ, ରମେଶ ମହାନ୍ତି, ରଙ୍ଗାଚରଣ ପ୍ରଧାନ, ପ୍ରତିଷ୍ଠିତ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା, ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ଆଲୋଚନାରେ ସାମିଲ୍‌ ହୋଇଥିଲେ ।

ସେହିପରି ସମ୍ବାଦର ବରିଷ୍ଠ ସହ ସମ୍ପାଦକ ପ୍ରଦ୍ୟୁମ୍ନ ରାଉତ, ‘ସକାଳ’ର ସହ ସମ୍ପାଦକ ହେମନ୍ତ କୁମାର ମଲ୍ଲିକ, ପ୍ରମେୟର ବରିଷ୍ଠ ସହ ସମ୍ପାଦକ ସନ୍ତୋଷ ସାହୁ, ପ୍ରଗତିବାଦୀ ଇଂରାଜୀ ୱେବପୋର୍ଟାଲର ବରିଷ୍ଠ ସହ ସମ୍ପାଦକ ଯଯାତି କେଶରୀ ରାଉତ, ଲୋକପ୍ରିୟ କଳାକାର ପ୍ରଜ୍ଞାରଞ୍ଜନ ଖଟୁଆ, ଶଙ୍କର ପ୍ରଧାନ, ବରିଷ୍ଠ ସାମ୍ବାଦିକ ସ୍ମୃତିରଞ୍ଜନ ବେହେରା, କନକର ପ୍ରୋଗ୍ରାମ ପ୍ରଡ୍ୟୁସର ଅମୀୟ ରଞ୍ଜନ ପାଣିଙ୍କୁ ସମ୍ବଦ୍ଧ୍ୱିର୍ତ କରାଯାଇଥିଲା। ଏତଦ୍‌ବ୍ୟତୀତ ଇଣ୍ଡିଆନ୍‌ ମିଡ଼ିଆ କଂଗ୍ରେସ ଓ ଗର୍ବିତ ଓଡ଼ିଆର ସାମ୍ବାଦିକମାନଙ୍କୁ ମଧ୍ୟ ସମ୍ବଦ୍ଧ୍ୱିର୍ତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *