OUSSSC : ୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞାପନ, ଦେଖନ୍ତୁ ଏଠାରେ
ଭୁବନେଶ୍ୱର : ଓଡ଼ିଶା କମ୍ବାଇନଡ୍ ୟୁନିଫର୍ମଡ ସର୍ଭିସେସ୍ ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି । ୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞାପନ ପ୍ରକାଶ କରିଛି ଓଡ଼ିଶା ଯୁନିଫର୍ମଡ ସେବା କର୍ମଚାରୀ ଚୟନ ଆୟୋଗ । ଅଣ୍ଡର ଗ୍ରାଜୁଏଟ ସ୍ତରର ପଦବୀକୁ ନେଇ ପରୀକ୍ଷା ପାଇଁ ଏହି ବିଜ୍ଞପ୍ତି ବାହାରିଛି । ସିଭିଲ କନେଷ୍ଟବଳ, କମ୍ୟୁନିକେସନ କନେଷ୍ଟବଳ , କନେଷ୍ଟବଳ (OISF), ଅଗ୍ନିଯୋଦ୍ଧା, ଅଗ୍ନିଶମ ଡ୍ରାଇଭର, ଟ୍ରାଫିକ କନେଷ୍ଟବଳ ଓ ଡ୍ରାଇଭର PMT ପଦବୀ ପାଇଁ ହେବ ପରୀକ୍ଷା ।
ପ୍ରଥମ ଥର ସବୁ ପଦବୀ ପାଇଁ ଗୋଟିଏ ପରୀକ୍ଷା ଦେବେ ଆଶାୟୀ । ନିଯୁକ୍ତି ସମ୍ବନ୍ଧୀୟ ଖାଲି ପଦବୀର ବିବରଣୀ, ଯୋଗ୍ୟତା ମାନଦଣ୍ଡ, ପରୀକ୍ଷା ପ୍ରଣାଳୀ ଏବଂ ଅନ୍ ଲାଇନ୍ ପଞ୍ଜୀକରଣ ଓ ଆବେଦନ ପତ୍ର ଦାଖଲର ତଥ୍ୟ ଆୟୋଗଙ୍କ ୱେବସାଇଟ୍ ousssc. odisha. gov. in ରେ ଉପଲବ୍ଧ ରହିବ ।
