ବାତ୍ୟା ଦୁର୍ବଳ ହେଲେ ବି କମିନି ଟେନ୍‌ସନ୍: ଆଗାମୀ ୬ ଘଣ୍ଟାରେ ୧୮ ଜିଲ୍ଲାରେ ଆକସ୍ମିକ ବନ୍ୟା ଆଶଙ୍କା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍‌ଭାନ୍‌’ ଦୁର୍ବଳ ହୋଇ ସାଧାରଣ ବାତ୍ୟାରେ ପରିଣତ ହୋଇଥିଲେ ମଧ୍ୟ ରାଜ୍ୟବାସୀଙ୍କ ଉପରୁ ବିପଦ ଟଳିନାହିଁ । ବାତ୍ୟା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିବାରୁ ଏବେ ବନ୍ୟା ଓ ଜଳବନ୍ଦୀ ଭୟ ଘାରିଛି । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସତର୍କ ସୂଚନା ଅନୁଯାୟୀ, ଆଗାମୀ ୬ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ଟି ଜିଲ୍ଲାରେ ଆକସ୍ମିକ ବନ୍ୟା  ପରିସ୍ଥିତି ସୃଷ୍ଟି ହେବାର ପ୍ରବଳ ଆଶଙ୍କା ରହିଛି ।ପାଣିପାଗ ବିଭାଗର ଆକଳନ ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ବିଶେଷ କରି ଉପକୂଳବର୍ତ୍ତୀ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ । ଆକସ୍ମିକ ବନ୍ୟା ଆଶଙ୍କା ଥିବା ୧୮ଟି ଜିଲ୍ଲା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ରହିଛି । ସେହିପରି ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ମଧ୍ୟ ଆକସ୍ମିକ ବନ୍ୟା ନେଇ ସତର୍କତା ଜାରି କରାଯାଇଛି ।

ଲଗାଣ ବର୍ଷା ଫଳରେ ଛୋଟ ନଦୀ ଓ ନାଳଗୁଡ଼ିକରେ ଜଳସ୍ତର ହଠାତ୍ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ପାହାଡ଼ିଆ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଛି । ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ବ୍ୟବସ୍ଥା ସହ ଉଦ୍ଧାରକାରୀ ଦଳକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *