କ୍ରୀଡ଼ା କ୍ଷେତ୍ରରେ କିଟ୍‌ ଓ କିସ୍‌ର ଅଗ୍ରଣୀ ଭୂମିକା, BNI ବୈଠକରେ କହିଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: BNI ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗଦେଇଥିଲେ । ଏହି ଅବସରରେ ସେ ବିଭିନ୍ନ କ୍ଷେତ୍ରର ଉଦ୍ୟୋଗୀଙ୍କ ସହ ଆଲୋଚନା କରିଥିଲେ । ନିଜେ ଆଗକୁ ବଢ଼ିବା ସହ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ବଢ଼ିବାରେ ସହଯୋଗ କରିବାକୁ ଡକ୍ଟର ସାମନ୍ତ ଆହ୍ୱାନ ଦେଇଥିଲେ । ବ୍ୟବସାୟରେ ସଫଳତା ପାଇଁ ସଚ୍ଚୋଟତା, ନିଷ୍ଠା ଓ ପାରସ୍ପରିକ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ ।

BNI ଭଳି ସଂଗଠନ ଛୋଟ, ମଧ୍ୟମ ଓ ବଡ଼ ଉଦ୍ୟୋଗୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ପରସ୍ପରର ବ୍ୟବସାୟର ବିକାଶରେ ସହାୟକ ହେଉଛି । ଜଣେ ଉଦ୍ୟୋଗୀ ନିଜ ବ୍ୟବସାୟ ସହ ଅନ୍ୟ ପାଞ୍ଚ ଜଣ ଉଦ୍ୟୋଗୀଙ୍କୁ ଯୋଡ଼ିପାରିଲେ ସାମୂହିକ ବିକାଶ ସହ ଦେଶର ଅର୍ଥନୀତି ମଧ୍ୟ ସୁଦୃଢ଼ ହୋଇପାରିବ ବୋଲି ସେ ମତ ଦେଇଥିଲେ । ଏହାସହ କିଟ୍ ଓ କିସ୍ ର କାର୍ଯ୍ୟକଳାପ ସମ୍ପର୍କରେ ଉଲ୍ଲେଖ କରି କ୍ରୀଡ଼ା କ୍ଷେତ୍ରରେ ଉଭୟ ଅନୁଷ୍ଠାନ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଥିବା କହିଥିଲେ । କାର୍ଯ୍ୟକ୍ରମ ଶେଷରେ BNI ପରିବାର ପକ୍ଷରୁ ଡକ୍ଟର ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *