ପ୍ରେମିକାର ବାହାଘର ଭାଙ୍ଗିବାକୁ ଧମକ, ବଦନାମ କରି ଗିରଫ ହେଲା ବିଫଳ ପ୍ରେମିକ
ଭୁବନେଶ୍ବର: ବିଫଳ ପ୍ରେମିକର ପ୍ରତିଶୋଧ । ବାହାରଘର ଭାଙ୍ଗିବାକୁ ପ୍ରେମିକାର ବରକୁ ଦେଉଥିଲା ଧମକ । ପ୍ରେମିକାର ଚରିତ୍ର ସଂହାର କରୁଥିଲା । ପ୍ରେମିକାର ବାହାଘର ଭାଙ୍ଗି ବଦନାମ କରିଥିବା ବିଫଳ ପ୍ରେମିକକୁ ଗିରଫ କରିଛି ପୋଲିସ । ନୟାପଲ୍ଲୀ ଥାନାରେ ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନିମାପଡ଼ା ଶ୍ୟାମସୁନ୍ଦରପୁର ଅଞ୍ଚଳର ବାସୁଦେବ ସେନାପତି ।
ମୋହରିର ଭାବେ ନିମାପଡା କୋର୍ଟରେ କାର୍ଯ କରୁଥିଲେ । ମିଳିଥିବା ଅଭିଯୋଗ ଅନୁସାରେ, ଏକ ବାହାଘର ରିସେପସନରେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଦେଖା ହୋଇଥିଲା । ପରେ ନିବିଡିତା ବଢିଥିଲା । ହେଲେ ଟଙ୍କା ନେଣ ଦେଣକୁ ନେଇ ଉଭୟଙ୍କ ମଧ୍ୟରେ ସଂପର୍କ ଭାଙ୍ଗିଥିଲା । ପରେ ପ୍ରେମିକାଙ୍କୁ ହଇରାଣ ହରକତ କରିବା ଅଭିଯୋଗରେ ଗିରଫ କରିଛି ପୋଲିସ ।
