ମଣିଷ ପଣିଆ ଦେଖାଇବାକୁ ଦୋକାନୀଙ୍କୁ ମନ୍ତ୍ରୀଙ୍କ ଅନରୋଧ

ଭୁବନେଶ୍ୱର, ୩୦/୦୩: ସରକାର ସମଗ୍ର ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଷ୍ଟକ ରଖି କଳାବଜାରୀ କରୁଛନ୍ତି। ଉଚ୍ଚା ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଛନ୍ତି।

ଯେଉଁଥିପାଇଁ ବଜାରରେ ଅଭାବ ଦେଖାଦେବା ସହିତ ଜଣେ ସାଧାରଣ ଖାଉଟିକୁ ଅଧିକ ଅର୍ଥ ଦେବାକୁ ପଡୁଛି। ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ଯୋଗାଣ ବିଭାଗ। ‘କରୋନା’କୁ ଦେଶ ଲଢ଼ୁଥିବା ମଣିଷ ପଣିଆ ଦେଖାଇବାକୁ ଦୋକାନୀଙ୍କୁ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

କେତେକ ଦୋକାନୀ ଅଧିକ ଦର ନେଉଥିବା ଆମେ ଜାଣିବାକୁ ପାଇଛୁ। ସେମାନେ ଧରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସ୍କାର୍ଡ ଗଠନ କରିଛନ୍ତି। ଏପରିକି କେତେକ ସ୍ଥାନରେ ଟିମ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ମଧ୍ୟ ସ୍ୱତନ୍ତ୍ର ସ୍କାର୍ଡ ମାର୍କେଟରେ ବୁଲୁଛି। ବ୍ୟବସାୟୀମାନଙ୍କ ଅନୁରୋଧ କରୁଛି, ଏପରି ସମୟରେ ମାନବିକତା ଦେଖାନ୍ତୁ।

Spread the love