କୋରୋନା ମୁକାବିଲା ପାଇଁ ୪ମାସର ଦରମା ସହ ୨କୋଟି ଦାନକଲେ ସସ୍ମିତ ପାତ୍ର

ଭୁବନେଶ୍ୱର, ୩୧/୦୩: କୋରୋନା ମୁକାବିଲା ନେଇ ସାସଂଦ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ଦେଉଛନ୍ତି । ଏହି କ୍ରମରେ ରାଜ୍ୟସଭା ସାସଂଦ ସସ୍ମିତ ପାତ୍ର ୪ମାସର ଦରମା ସହ ସାସଂଦ ରୁ ୨କୋଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠି କୁ ଦେଇଛନ୍ତି।

୩୦ମାର୍ଚ୍ଚ ରେ ୧ମାସର ଦରମା ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ କୁ ଦାନ କରିଛନ୍ତି । ଏଥିସହିତ ନିଜ ସାସଂଦ ପାଣ୍ଠିରୁ କୋଟିଏ ଟଙ୍କା କେନ୍ଦ୍ର ସରକାରଙ୍କ ପାଣ୍ଟିକୁ ଦେଇଛନ୍ତି । ପୂର୍ବରୁ ମାର୍ଚ୍ଚ ୨୫ତାରିଖରେ ସସ୍ମିତ ପାତ୍ର ତିନିମାସର ଦରମା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଦାନ କରିଥିବା ବେଳେ ନିଜର ନୋଡାଲ ଜିଲ୍ଲା ମୟୁରଭଞ୍ଜ ଜିଲ୍ଲା କୁ ସାସଂଦ ପାଣ୍ଠିରୁ ୧କୋଟି ଟଙ୍କା କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି ।

Spread the love