ଭୁବନେଶ୍ୱରରେ ଖୋଲିଲା ଦେଶର ଦ୍ୱିତୀୟ ବୃହତ କୋଭିଡ-୧୯ ହସ୍ପିଟାଲ, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬/୯୪: ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏହାର  ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଆଜି ରାଜ୍ୟ ସରକାର ଆଉ ଏକ କୋଭିଡ-୧୯ ହସ୍ପିଟାଲ ଖୋଲିଛନ୍ତି। ଏହି ହସ୍ପିଟାଲଟି ଭୁବନେଶ୍ବରସ୍ଥିତ ସମ୍‌ ହସ୍ପିଟାଲରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୫୨୫ ଶଯ୍ୟା ବିଶିଷ୍ଟ ଏହି କୋଭିଡ-୧୯ ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି।  ଆଇଏମ୍ଏସ୍ ଓ ସମ୍  ହସ୍ପିଟାଲ ସହାୟତାରେ ନିର୍ମାଣ ହୋଇଥିବା ରାଜ୍ୟ ସରକାରଙ୍କର ଏହି କୋଭିଡ୍ -୧୯ ହସ୍ପିଟାଲରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ରୋଗୀଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଏଥିମଧ୍ୟରୁ ୫୦୦ ଜେନେରାଲ ବେଡ୍ ଏବଂ ୨୫ଟି ଆଇସିୟୁ ବେଡ୍  ରଖାଯାଇଛି। ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,  ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଏମସିଏଲ ସିଏମଡି ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love