ବାଲେଶ୍ୱର ଜିଲ୍ଲାରେ ପ୍ରଥମ କରୋନା ଚିହ୍ନଟ
ବାଲେଶ୍ୱର ଜିଲ୍ଲାରେ ପ୍ରଥମ କରୋନା ଚିହ୍ନଟ। ରାଜ୍ୟର ୬୧ନମ୍ବର ପଜି ଟିଭ ୫୮ ବର୍ଷୀୟ ହୋଇଥିବା ବେଳେ ସେ ବାଲେଶ୍ୱର ର ବୋଲି ଜଣା ପଡ଼ିଛି। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ସେ ବାଲେଶ୍ୱରର ଜଣେ ୫୮ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡିଛି । ବର୍ତମାନ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ବିଷୟରେ ତଦନ୍ତ ଆରମ୍ଭ ହୋଇଯାଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଏବେ କହିବାକୁ ଗଲେ କରୋନା ଏବେ ଆଉ ଏକ ଜିଲ୍ଲାକୁ ବ୍ୟାପିଥିବା କୁହାଯାଇପାରେ ।
Patient Details of #Covid19 #Odisha Case no: 61
One 58 years Old Male of Balasore District Tested Positive for #Covid19
(18th April, 2020)
Contact tracing and follow up action is being taken. pic.twitter.com/xxAduZH65i
— I & PR Department, Odisha (@IPR_Odisha) April 18, 2020
କାରଣ ପୂର୍ବରୁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ପୁରୀ , ଖୋର୍ଦ୍ଧା, କଳାହାଣ୍ଡି, ସୁନ୍ଦରଗଡ ଓ କଟକ ଜିଲ୍ଲା ପ୍ରଭୃତି ଜଡିତ ଥିଲା । ଅନ୍ୟପଟେ ରାଜ୍ୟରେ ଆଜି ୩ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ସୁସ୍ଥ ହୋଇଥିବା ୩ କରୋନା ଆକ୍ରାନ୍ତ ଭୁବନେଶ୍ୱରର ହୋଇଥିବା ସୂଚନା ମିଳିଛି । ତେବେ ସମୁଦାୟ ଉପରେ ଏଯାବତ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ।