ଏହି ଜିଲ୍ଲାରେ ଗଡିବନି ଘରୋଇ ଗାଡି

ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଚାଲିଥିବାବେଳେ ନୂତନ ନିଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ହାଇ ରିସ୍କ ଥିବା ୯ଟି ଜିଲ୍ଲାର ସହରାଂଚଳରେ କୌଣସି ମତେ ଘରୋଇ ଗାଡ଼ି ଚଳାଚଳ କରିପାରିବ ନାହିଁ। କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ପାଇଁ ହିଁ ଏହି ଜିଲ୍ଲାଗୁଡ଼ିକରେ ଘରୋଇ ଗାଡ଼ି ଚଳାଚଳ କରିବ।

ସେହି ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, କଳାହାଣ୍ଡି ଏବଂ ଢେଙ୍କାନାଳ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ସେହିପରି ଗ୍ରାମାଞ୍ଚଳରେ ଜଳ ସମ୍ପଦ ବିଭାଗର ଅଧା ବାକି ଥିବା କାମ ଚାଲୁ ରହିବ। ରାସ୍ତା ନିର୍ମାଣ, କୋଠା, ଏମଏସଏମଇ, ଶିଳ୍ପ ପ୍ରକଳ୍ପ ଚାଲିବ। ଲକଡାଉନ୍ କଟକଣା ଏହି ସବୁ କାର୍ଯ୍ୟ ପାଇଁ ଲାଗୁ ହେବ ନାହିଁ।

Spread the love