ଯାଜପୁର ର ୩ ଡାକ୍ତର ଓ ୧୯ ନର୍ସ କ୍ୱାରେଣ୍ଟିନରେ

ଭୁବନେଶ୍ୱର, ୨୧/୦୪: ଯାଜପୁର ର ୩ ଡାକ୍ତର ଓ ୧୯ ନର୍ସ କ୍ୱାରେଣ୍ଟିନରେ ପଠାଯାଇଛି । ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ଯାଜପୁର ରୁ ଚିହ୍ନଟ ହୋଇଥିବା ୫କରୋନା ପଜେଟିଭ ସଂସ୍ପର୍ଶରେ ସିଧାସଳଖ ଆସିଥିବା ୩ଡାକ୍ତର ଓ ୧୯ ଜଣ ନର୍ସ ଙ୍କୁ କ୍ୱାରେଣ୍ଟିନରେ ପଠାଯାଇଛି । ଏହାସହ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ପଠାଯିବ ନେଇ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଏହି ଡାକ୍ତରଙ୍କ ବଦଳରେ ନୂତନ ଡାକ୍ତର ଦାୟିତ୍ୱ ପ୍ରଦାନ କରାଯାଇଛି ।

Spread the love