ବଡ଼ଚଣା ଥାନାଧିକାରୀଙ୍କୁ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କରାଇଥିବା ସେବାୟତ ଅଟକ

ପୁରୀ, ୨୧/୦୪: ପୁରୀ ଶ୍ରୀମନ୍ଦିର ମଧ୍ୟକୁ କୋଭିଡ-୧୯ ର ନିର୍ଦେଶାବଳି କୁ ଉଲଂଘନ କରି ଯାଜପୁର ବଡ଼ଚଣା ଥାନାଧିକାରୀଙ୍କୁ ପ୍ରବେଶ କରାଇବାରେ ସହଯୋଗ କରିଥିବାରୁ ସେବାୟତ ଶ୍ୟାମସୁନ୍ଦର ପୂଜାପଣ୍ଡା ସିଂହଦ୍ୱାର ପୋଲିସ ଦ୍ୱାରା ଅଟକ ରହିଛନ୍ତି।

ସୂଚନାଯୋଗ୍ୟ, ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗ ରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ପୁଲିସ ଡିଜି ନିଲମ୍ବିତ କରିଛନ୍ତି।

ସୂଚନାଯୋଗ୍ୟ, ଆଇଆଇସି ଜେନା ଗତ ରବିବାର ରାତିରେ ପୁରୀ ଯାଇ ସପରିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଲକଡାଉନ ନିୟମ ଉଲ୍ଲଂଘନ କରି ଜେନା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଦକ୍ଷିଣ ଦ୍ବାରରେ ସୁରକ୍ଷାକର୍ମୀ ତାଙ୍କୁ ବାରଣ କରିଥିଲେ ହେଁ ସେ ଖାତିର ନ କରି ମନ୍ଦିର ଭିତରକୁ ଯାଇଥିଲେ।

ପରେ ମନ୍ଦିର ଭିତରେ ସେବାୟତମାନେ ବିରୋଧ ବିରୋଧ କରିବାରୁ ସେ ଓ ତାଙ୍କର ପରିବାର ଲୋକେ ଉତ୍ତର ଦ୍ବାର ଦେଇ ବାହାରକୁ ଚାଲିଆସିଥିଲେ। ଖବରପାଇ ସିଂହଦ୍ବାର ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଜେନାଙ୍କ ନାମରେ ଏ ନେଇ ସିଂହଦ୍ବାର ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ପରେ ରାଜ୍ୟ ପୁଲିସ ମହାନିର୍ଦେଶକ ଆଇଆଇସି ଜେନାଙ୍କୁ ନିଲମ୍ବନ କରିଛନ୍ତି।

Spread the love