ଶ୍ରୀ ହସ୍ପିଟାଲ ପକ୍ଷରୁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ପୁରୁଣା ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ କଲ୍ୟାଣ ଏବଂ ଶ୍ରୀ ହସ୍ପିଟାଲ ପକ୍ଷରୁ ଦାତବ୍ୟ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା, ଓ ଭିନ୍ନକ୍ଷମ ସଶସ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ। ଏଥିରେ ପ୍ରାୟ ୧୫୦ ଜଣ ବୟସ୍କ ମହିଳା ଓ ପୁରୁଷ ମାନଙ୍କୁ ଭେଷଜ ଏବଂ ଅସ୍ଥିଶଲ୍ୟ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା ସହିତ ମାଗଣା ମଧୁମେୟ, ଔଷଧ,ମାସ୍କ, ସାନିଟାଇଜର,ଗ୍ଲୋବସ ଏବଂ ଭିଟାମିନ ଟାଵଲେଟ ବଣ୍ଟନ କରାଯାଇଥିଲା।

Spread the love