ଭାଲେଣ୍ଟାଇନ ପ୍ୟାକେଜ : ୭ ଦିନ ପାଇଁ ମିଳୁଛନ୍ତି ‘ପେଡ ଗାର୍ଲଫ୍ରେଣ୍ଡ’

ଭୁବନେଶ୍ୱର ରେ ବ୍ୟାଙ୍କକ ପଟାୟା ମଜା । ସଜ ଫୁଲ ଠାରୁ ଆରମ୍ଭ କରି ମତୁଆଲା ଶେଜ , ସବୁକିଛି ପାଇପାରିବେ । ତେବେ ଏହି ସୁଖ ପାଇବା ପାଇଁ ଖର୍ଚ୍ଚ କରିବାକୁ ପଡିବ କିଛି ଟଙ୍କା । ଭାଲେଣ୍ଟାଇନ ସପ୍ତାହ ର ମଜା ନେବା ପାଇଁ ଏଭଳି ଅଫର ଆଣିଛନ୍ତି ଦଲାଲ ।

ପ୍ରେମିକା ନାହିଁ ତ ନୋ ପ୍ରୋବ୍ଲେମ । ରୋଜ ଡେ ଠାରୁ ଆରମ୍ଭ କରି ଭଲେଣ୍ଟାଇନ ଡେ ଯାଏଁ ସବୁ କିଛି ଧୁମଧାମରେ ପାଳନ କରିବା ପାଇଁ ରାଜଧାନୀ ରେ ମିଳୁଛନ୍ତି ‘ପେଡ ଗାର୍ଲଫ୍ରେଣ୍ଡ’ । କେବଳ ମାଲ ଖଟେଇଲେ ସର୍ଭିସ ଅଭେଲେବଲ ।

କିଛିଦିନ ତଳେ କମିଶନରେଟ ପୋଲିସ ଅଧୀନରେ ଥିବା କୁଇକ ଆକ୍ସନ ଟିମ ର ମୁଖ୍ୟ ଏଭଳି କିଛି ସୁରାକ ଓ ପ୍ରମାଣ ପାଇଥିଲେ । କିନ୍ତୁ ସାମାନ୍ୟ ଅସାବଧାନତା ଯୋଗୁଁ ‘ପେଡ ଗାର୍ଲଫ୍ରେଣ୍ଡ’ ର ମାଷ୍ଟରମାଇଣ୍ଡ ପୋଲିସ କବଳରୁ ଖସିଯାଇଥିଲା । ପରେ ପରେ କୁଇକ ଆକ୍ସନ ଟିମ ର ମୁଖିଆ ମଧ୍ୟ ବଦଳିଗଲେ ।

ଏବେ ଆସନ୍ତୁ ଦେଖିବା , ‘ ପେଡ ଗାର୍ଲଫ୍ରେଣ୍ଡ ‘ ର ଫଣ୍ଡା କଣ ?

ନିଜ ପ୍ରେମିକା ସହ ପ୍ରେମ ର ଋତୁ କଟେଇବାକୁ କାହାର ବା ଇଛା ନଥାଏ । କିଏ ବା ନଚାହେଁ ନିଜ ପ୍ରେମିକା ସହ ଲଙ୍ଗ ଡ୍ରାଇଭ ରେ ଯିବାକୁ । କିନ୍ତୁ ଯାହାର ନାହିଁ , ତା ପାଇଁ ଅଙ୍ଗୁରୁ ସବୁବେଳେ ଖଟା ସଦୃଶ । ତେବେ ଏହି ଖଟା ଅଙ୍ଗୁର କୁ ମିଠା କରିବା ପାଇଁ ରାଜଧାନୀ ରେ ମିଳୁଛନ୍ତି ‘ ପେଡ ଗାର୍ଲଫ୍ରେଣ୍ଡ ‘ । ସପ୍ତାହକୁ ୧୫ ହଜାର ଟଙ୍କା ରୁ ଆରମ୍ଭ କରି ଦେଢ଼ ଲକ୍ଷ ଦାମ ରେ ମିଳୁଛନ୍ତି ଯୁବତୀ , ଯିଏକି ଆପଣଙ୍କୁ ପ୍ରମିକା ଠାରୁ ଅଧିକ ପ୍ରେମ କରିବ । ଆପଣଙ୍କ ସହ ଖାଇବ , ପିଇବ ଓ ଶଯ୍ୟା ସାଥି ମଧ୍ୟ ହେବ । ଡିଲ ର ସମସ୍ତ ଟଙ୍କା ଆପଣଙ୍କୁ ଅଗ୍ରୀମ ଆକାରରେ ଦେବାକୁ ପଡିବ । ଏହା ସହ ନିଜର ପରିଚୟ ପତ୍ର ଓ ଏଗ୍ରିମେଣ୍ଟ ରେ ଦସ୍ତଖତ କରିବାକୁ ପଡିବ । ଏ ସବୁ ସରିବା ପରେ ୭ ଦିନ ପାଇଁ ଆପଣ ନିଜ ପ୍ରେମିକା କୁ ପାଇ ପାରିବେ ।

ଜିଲ୍ଲା ବାହାରକୁ ନେବାପାଇଁ ଅନୁମତି ନଥିଲେ ମଧ୍ୟ ୧୦୦ ପ୍ରତିଶତ ଉପଭୋଗ ର ଗ୍ୟାରେଣ୍ଟି ଦେଉଛନ୍ତି ‘ପେଡ ଗାର୍ଲଫ୍ରେଣ୍ଡ’ ର ଏଜେଣ୍ଟ । ଦେହ ବେପାର ଚାଲୁଥିଲା ତେବେ ଏ ସବୁ ଖୋଦ ରାଜଧାନୀ ରେ ଏବେ ଖୁଲମଖୁଲା ଚାଲିବା ପରେ କମିଶନରେଟ ପୋଲିସ ର ନିଦ ହଜିଯାଇଛି । ମିଡ଼ିଆ ସାମ୍ନା ରେ ବରିଷ୍ଠ ଅଧିକାରୀ ଏ ନେଇ ମୁହଁ ଖୋଳୁନଥିଲେ ମଧ୍ୟ ଏହି ସ୍କିମ ର ମାଷ୍ଟରମାଇଣ୍ଡ କୁ ଧରିବା ପାଇଁ ପୋଲିସ ଜୋରଦାର ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।

Spread the love