2 ଦିନ ଯାଏଁ ଓଡିଶାରେ ବର୍ଷା ସହ ବଜ୍ରପାତ

ଦୁଇ ଦିନ ପ୍ରବଳ ଛେଚିବ ବର୍ଷା। କରୋନା ମହାମାରୀର ଏହି ଲଢ଼େଇ ଭିତରେ ଆସନ୍ତା ଦୁଇ ଦିନ ଆର୍ଥତ ୪୮ ଘଣ୍ଟା ଯାଏଁ କାଳବୈଶାଖୀ ନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ। ସେହିପରି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ବର୍ଷା ହେବା ସମୟରେ ପବନ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ବହିବ ବୋଲି ଆଶଙ୍କା କରାଯାଉଛି।  ୧୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରୀ କରାଯାଇଛି। ଜିଲ୍ଲା ମାନଙ୍କ ଭିତରେ ରହିଛି କୋରାପୁଟ, ରାୟଗଡା, ଗଞ୍ଜାମ, କନ୍ଧମାଳ, ନୟାଗଡ, ବଲାଙ୍ଗୀର, ନୂଆପଡା, ସୋନପୁର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ଢ଼େଙ୍କାନଳ, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରୀ କରିଛି ଭାରତୀୟ ପାଣିପାଗ ବିଭାଗ।

Spread the love