ଭୁବନେଶ୍ବର ରେ ଖୋଲିବ ସବୁ ପାର୍କ , ହେଲେ ରହିଛି କିଛି ସର୍ତ୍ତ

ଭୁବନେଶ୍ୱର ୩/୦୬: ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ପାର୍କ ପାଇଁ ନିୟମ ବଦଳିଛି । ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ବିଏମସି ପକ୍ଷରୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି। ବିଏମସି ପକ୍ଷରୁ ବିଜ୍ଞପ୍ତି ମୁତାବକ ଏଣିକି ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପାର୍କ ଖୋଲିବ ।

ସେହିପରି ସନ୍ଧ୍ୟା ୪ଟାରୁ ୬ଟା ପର୍ଯ୍ୟନ୍ତ ମଧ୍ୟ ପାର୍କ ଖୋଲିବ । ତେବେ ସଟଡାଉନ ସମୟରେ ଅର୍ଥାତ ପ୍ରତି ଶନିବାର ଓ ରବିବାର ଦିନ ପାର୍କ ବନ୍ଦ ରହିବ। ସକାଳ ୫ଟାରୁ ୭ଟା ମଧ୍ୟରେ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ପାର୍କ ଉଦ୍ଦିଷ୍ଟ ରହିବାକୁ ଥିବାବେଳେ ଏହି ସମୟ ମଧ୍ୟରେ ୬୦ ବର୍ଷରୁ କମ ବ୍ୟକ୍ତି କେହି ପାର୍କରେ ପ୍ରବେଶ କରିପାରିବେ ନାହିଁ ।

Spread the love