ପୁଣି ଏକ କଲରାପତରିଆର ମୃତ୍ୟୁ

ଅନୁଗୁଳ , ବିକାଶ ଚନ୍ଦ୍ର ସାହୁ :   ଅନୁଗୁଳ ପୁଣି ଏକ କଲରାପତରିଆ  ବାଘର ମୃତ୍ୟୁ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ , କଣଲୋଇ ସଂରକ୍ଷିତ ଜଙ୍ଗଲରେ ଆଜି ଏକ କଲରାପତରିଆ ବାଘ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଗାଁ ର କିଛି ଲୋକ ଜଙ୍ଗଲକୁ ଡାଳପତ୍ର ସଂଗ୍ରହ ପାଇଁ ଯାଇଥିବାବେଳେ ବାଘ ମରି ପଡିଥିବା ଦେଖିବାକୁ ପାଇଥିଲେ । ସେମାନେ ଆସି ଗାଁ ଲୋକ ତଥା ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହି କଲରାପତରିଆ ବାଘ ମୃତ୍ୟୁର କାରଣ ଜଣା ପଡି ନାହିଁ ।

ମୃତ ବାଘର ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ବନ ବିଭାଗର ଅଧିକାରୀ କହିଛନ୍ତି । ତେବେ କିଛି ଦିନ ପୂର୍ବରୁ ପାଲଲହଡା ଅଞ୍ଚଳରେ ଏକ କଲରାପତରିଆର ମଧ୍ୟ ମୃତ୍ୟୁ ହୋଇଥିଲା ।

Spread the love