୩୮ଟି ନୂତନ ଆହାର କେନ୍ଦ୍ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ନୂତନ ଆହାର ଯୋଜନାର ହେଲା ଶୁଭାରମ୍ଭ । ୧୭ଟି ଜିଲ୍ଲାରେ ୩୮ଟି ସହରାଞ୍ଚଳ ପାଇଁ ୩୮ଟି ନୂତନ ଆହାର କେନ୍ଦ୍ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗରିବ ଲୋକଙ୍କୁ ଶୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଖାଦ୍ୟ । ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୭ଟି ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ୧୫୭ଟି ଆହାର କେନ୍ଦ୍ରରେ ପ୍ରତିଦିନ ଉପକୃତ ହେଉଛନ୍ତି ଲକ୍ଷାଧିକ ଲୋକ।

ସୁଚନାଯୋଗ୍ୟ ଯେ, ୨୦୧୫ ଏପ୍ରିଲ ପହିଲାରୁ ରାଜ୍ୟର ୫ଟି ପୌରାଂଚଳରେ ୨୧ଟି ଆହାର କେନ୍ଦ୍ର ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୭.୨ କୋଟି ମିଲ୍ ଲୋକଙ୍କୁ ଦିଆଯାଇପାରିଛି । ଏହି ଯୋଜନାରେ ଖାଦ୍ୟ ପଦାର୍ଥ ପରିବହନ ପାଇଁ ୬୫ଟି ଗାଡି ଓ ୨୦୦୦ ଲୋକଙ୍କୁ ନିଯୁକ୍ତ କରାଯାଇଛି ।

ରାଜ୍ୟରେ ଏବେ ୧୫୭ଟି ଆହାର କେନ୍ଦ୍ର ଚାଲିଥିବା ବେଳେ ଦୈନିକ ୧ ଲକ୍ଷ ଲୋକ ଏହି ଯୋଜନାର ଲାଭ ପାଉଛନ୍ତି । ତେବେ ଗତ ଡିସେମ୍ବର ୩୧ ତାରିଖରୁ ରାଜ୍ୟ ସରକାର ୫୬ଟି ଆହାର କେନ୍ଦ୍ରରେ ରାତିରେ ଆହାର ଦେଉଛନ୍ତି । ଆହାର ଯୋଜନାରେ ବହୁ ଲୋକ ଉପକୃତ ହେଉଛନ୍ତି । ମାତ୍ର ପାଞ୍ଚ ଟଙ୍କାରେ ପେଟପୁରା ଖାଇବା ମିଳୁଛି । ଏଣୁ ରାଜ୍ୟ ସରକାରଙ୍କୁ ପ୍ରଂଶସା କରୁଛନ୍ତି ଜନସାଧାରଣ ।

ମହଙ୍ଗା ଜମାନାରେ ପାଞ୍ଚ ଟଙ୍କାରେ ଖାଇବାକୁ ଦେବା ବହୁତ ବଡ ପୂଣ୍ୟ କର୍ମ । ସେପଟେ ସରକାରଙ୍କ ଏହି ଯୋଜନାକୁ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ବିରୋଧୀମାନେ ଏହାକୁ ବିରୋଧ କରିଛନ୍ତି । ବିରୋଧୀମାନେ ଅଭିଯୋଗ କରିଛନ୍ତି କି ରାଜ୍ୟ ସରକାର ଲୋକଙ୍କୁ କୁଢ଼ିଆ କରାଇ ଦେଉଛନ୍ତି । ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବଢ଼ୁଥିବା ଲୋକଙ୍କ ପାଞ୍ଚ ଟଙ୍କାରେ ଖାଇବା ଦେଉଥିବାରୁ ସବୁ କାମ କରିବା ପାଇଁ ଉଛା କରୁ ନାହାଁନ୍ତି । ସରକାର ଲୋକଙ୍କ ଠାରୁ ଶୋଷି ଲୋକଙ୍କ ପଇସାରେ ସେମାନଙ୍କୁ ଖାଇବାକୁ ଦେଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ ।

Spread the love