ଓଭରଟେକକୁ ନେଇ କାର ଚାଳକକୁ ନିସ୍ତୁକ ମାଡ଼

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ):  ରବିବାର ରାତି  ଅନୁଗୁଳ ନାଲକୋନଗର ଟାଉନସିପ ଛକ ନିକଟରେ ଜଣେ କାର ଚାଳକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି କିଛି ଦୁର୍ବୃତ୍ତ । ଘଟଣାରୁ ପ୍ରକାଶ ଯେ ଅନୁଗୁଳରୁ କାର ଯୋଗେ ଯାଉଥିବା ବେଳେ କିଛି ମୋଟରସାଇକେଲକୁ ଓଭରଟେକ କରିଥିଲେ । ଏହାକୁ ନେଇ କାର ଚାଳକ ଓ ବାଇକ ଚାଳକଙ୍କ ମଧ୍ୟରେ ବଚସା ହୋଇଥିଲା, ଏଥିରେ ଉତକ୍ଷିପ୍ତ ହୋଇ ବାଇକ ଆରୋହୀ ମାନେ କାର ଚାଳକକୁ ନିର୍ଧୁମ ମାଡ଼ ମାରିଥିଲେ । 

ଜୀବନ ବଞ୍ଚାଇବାକୁ କାର ଚାଳକ ଜଣଙ୍କ ଆହତ ଅବସ୍ଥାରେ ନାଲକୋ ଥାନା କୁ ଦଉଡି ଦଉଡି ପଳେଇଥିଲେ ।  ସେଠାରେ ଉପସ୍ଥିତ ଥିବା ଥାନା କର୍ମଚାରୀ ମାନେ ତାଙ୍କୁ ଆହତ ଅବସ୍ଥାରେ ନାଲକୋ ମେଡିକାଲ ରେ ଭର୍ତି କରିଥିଲେ ।  କାର ଚାଳକ ଜଣଙ୍କ ଥାନା ଭିତରକୁ ପଶି ଯିବା ପରେ ଦୁବୃତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । କାର ଚାଳକ ଜଣଙ୍କ ଅନୁଗୁଳ ଶିମିଳିପଡାର ଦୀପକ ସାମଲ ବୋଲି ଜଣା ପଡ଼ିଛି ।  ଆହତ ଦୀପକ ନାଲକୋ ମେଡିକାଲ ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲା

Spread the love