ଏଠି ମୁଖ୍ୟମନ୍ତ୍ରୀଙ୍କ ନାଁ ବି ଠିକ୍ ସେ ଲେଖାଯାଉନାହିଁ

ଆଉ କାହା କଥା ଦୂରେ ଥାଉ ମ’ ଏଠି ମୁଖ୍ୟମନ୍ତ୍ରୀଙ୍କ ନାଁ ବି ଠିକ୍ ସେ ଲେଖାଯାଉନାହିଁ । ବନାନରେ ବି ତାଳମେଳ ରହୁନାହିଁ । ପଟ୍ଟନାୟକଙ୍କୁ ପଟ୍ଟାୟକ ଲେଖାଯିବା ଘଟଣା ଏବେ ସବୁଠି ଚର୍ଚ୍ଚା । ଏଭଳି ଏକ ଗୁରୁତର ତ୍ରୁଟି ନଜରକୁ ଆସିଛି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ନୂଆ କରି ହୋଇଥିବା ଆହାରକେନ୍ଦ୍ରର ନାମ ଫଳକରେ ।

ଟିକେ ଭଲ ସେ ଦେଖନ୍ତୁ ଉପରୋକ୍ତ ଫଟୋକୁ । ମୁଖ୍ୟମନ୍ତ୍ରୀଙ୍କ ଜାତିକୁ କିଭଳି କଦର୍ଥ କରି ଲେଖାଯାଇଛି । ସବୁଠୁ ବଡ଼ କଥା ହେଉଛି ଉପରେ ପୁଣି ଲେଖା ରହିଛି ଓଡିଶା ସରକାର ।

ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଠିକ୍ ସେ ଲେଖାଯାଇପାରୁ ନାହିଁ ସେଠାରେ ଓଡିଆ ଭାଷାକୁ କେତେ ସମ୍ମାନ ମିଳୁଥିବ ତାହା ଏଥିରୁ ସହଜେ ଅନୁମେୟ । ଆଠଗଡ଼ରେ ଆଜି ନୂଆ କରି ଖୋଲାଗଲା ଆହାର କେନ୍ଦ୍ର ।

ତେବେ ଲାଗିଥିବା ନାମ ଫଳକକୁ ଦେଖି ଏବେ ସମସ୍ତଙ୍କ ମୁଣ୍ଡ ଟିଣ । ବର୍ତ୍ତମାନ ଏହି ଫଟୋ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନାହିଁ ନଥିବା କଥା ଶୁଣିବାକୁ ମିଳୁଛି । ଖୁବ୍ ଶୀଘ୍ର ଏହାକୁ ବଦଳାଇବାକୁ ଦାବି ହୋଇଛି ।

Spread the love