ଗୋଟିଏ ଖଟରେ ଶୋଇଥିବା ପତ୍ନୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ହତ୍ୟା କରି ସ୍ୱାମୀଙ୍କ ଆତ୍ମସମର୍ପଣ

ଆଜି ସକାଳେ ବାଲେଶ୍ୱର ଟାଉନ୍‌ ଥାନା ଅନ୍ତର୍ଗତ ରାଣୀପାଟଣା ବ୍ୟାଙ୍କ କଲୋନିରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ କରାଯାଇଛି। ଅତି ବୀଭତ୍ସ ଭାବେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି।

ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପରକୀୟ ପ୍ରେମକୁ ନେଇ ମହିଳା ଓ ତାଙ୍କ ପ୍ରେମିକଙ୍କୁ ମହିଳାଙ୍କ ସ୍ୱାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପୁଲିସ ଜେରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ରାଣୀପାଟଣା ବ୍ୟାଙ୍କ କଲୋନିର କୈଳାସ ସାହୁ, ତାଙ୍କ ପତ୍ନୀ ଲକ୍ଷ୍ମୀ ସାହୁ (୩୩ ବର୍ଷ)ରୁହନ୍ତି। ପ୍ରାୟ ୧୨ ବର୍ଷ ହେବ କୌଳାସଙ୍କର ବିବାହ ହୋଇଥିଲା।ଏକ ସ୍ୱେଚ୍ଛାସେବୀ ସଙ୍ଗଠନରେ କାର୍ଯ୍ୟ କରୁଥିବା ଳକ୍ଷ୍ମୀଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ଥିବା କୈଳାସ ସବୁବେଳେ ସନ୍ଦେହ କରୁଥିଲେ।

ତେବେ ଗତକାଲି ରାତିରେ କୌଳାସଙ୍କ ଅନୁପସ୍ଥିତିରେ ଲକ୍ଷ୍ମୀ ଓ ତାଙ୍କ ଅଜଣା ପୁରୁଷ ବନ୍ଧୁ ( ପ୍ରାୟ ୪୪/୪୫ ବର୍ଷ ବୟସର) ଗୋଟିଏ ଖଟରେ ଶୋଇଥିଲେ। ତେବେ ଘରକୁ ଫେରି ଏହା ଦେଖି ହିତାହିତ ଜ୍ଞାନ ଭୁଲି କୈଳାଶ ଏକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହତ୍ୟା କରିବା ପରେ ଯାଇ ଟାଉନ୍‌ ଥାନାରେ ଆତ୍ମ ସମର୍ପଣ କରିଥିଲେ। ଲକ୍ଷ୍ମୀଙ୍କ ସହିତ ଖଟରେ ମରି ପଡ଼ିଥିବା ଯୁବକଙ୍କ ପରିଚୟ ମିଳି ପାରି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love