ନାଲକୋ କ୍ୱାଟରରେ ପୁଣି ଚୋରି – ଚିନ୍ତାରେ ନାଲକୋ ନଗରବାସି

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ):  – ଦିନକୁଦିନ  ନାଲକୋନଗର ରେ  ଚୋରଙ୍କ ଉତ୍ପାତ ବଢିବାରେ ଲାଗିଛି । ବାରମ୍ବାର ଟାଉନସିପ ଅଞ୍ଚଳରୁ  ଚୋରି ହେଉଥିଲେ ମଧ୍ୟ ପୋଲିସ ଚୋରକୁ ଧରିବ କଣ ଚୋରର ଟେର ସୁଦ୍ଧା ପାଇବାକୁ ସକ୍ଷମ ହୋଇପାରୁ ନାହିଁ । ମୁଖ୍ୟ ଫାଟକରେ  ସୁରକ୍ଷାକୁ କଡା କଡ଼ି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ । ଚୋରମାନେ ଗୋଟିଏ ଢଙ୍ଗରେ ଚୋରି କରି ଫେରାର ହେବାକୁ ସକ୍ଷମ ହେଉଛନ୍ତି ।

ଦିନ ଦ୍ୱୀପ୍ରହରରେ ସୁରକ୍ଷା ର୍କମୀ ଆଖିରେ ଆଙ୍ଗୁଠି ଗେଞ୍ଜି ଚୋର ଚୋରି କରୁଥିଲେ ମଧ୍ୟ ପୋଲିସ ଜଳକା ଭଳି ଚାହିଁ ରହୁଥିବା ବେଳେ ନାଲକୋ କଲୋନୀ ବାସୀଙ୍କ ମଧ୍ୟରେ ଭୟ ବଢିବାରେ ଲାଗିଛି । ନାଲକୋ କଲୋନୀକୁ ସୁରୀକ୍ଷିତ ରଖିବା ପାଇଁ ନାଲକୋ ପ୍ରଶାସନ ପକ୍ଷରୁ ଠିକା ସୁରକ୍ଷା ସଂସ୍ଥା ଇସାସର ୧୫୦ରୁ ଉର୍ଦ୍ଧ ସୁରକ୍ଷା ର୍କମୀ ନାଲକୋ କଲୋନୀ ପରିସରରେ ନିୟୋଜିତ ଥିବାବେଳେ ସିସିଟିଭି କ୍ୟାମରୋ ମଧ୍ୟ ରହିଛି । ହେଲେ ମଙ୍ଗଳବାର ପୁଣି ନାଲକୋ କୋଲୋନୀ ପରିସରରେ ରହୁଥିବା ଡାକ୍ତର ଅଂଶୁମାନ ଦାସଙ୍କ ଘରେ ଚୋର କଳା କନା ବୁଲାଇଛନ୍ତି  । ସେ ରବିବାର ଦିନଠାରୁ କଟକ ଯାଇଥିଲେ ।

ଡାକ୍ତର ଦାସ ଆଜି କଟକରୁ ଫେରିବା ପରେ ତାଲା ଖୋଲିଲା ଘରର ତାଲା ଭଙ୍ଗା ଯାଇଥିବା ଜାଣିବାକୁ ପାଇଥିଲେ । ଘର ଭିତରକୁ ଯିବା ପରେ ଘରର ଆଲମାରୀ ମୁକୁଳା ହେବା ସହ ଘରର ଆସବାବ ପତ୍ର ଫିଙ୍ଗା ଫୋପଡା ହୋଇଥିବା ଦେଖିବାକୁ ପାଇଥିଲେ । ଘରେ ଚୋରି ହୋଇଥିବା ଜାଣି ଅଂଶୁମାନ ସଙ୍ଗେ ସଙ୍ଗେ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ସନ୍ଧିନୀ କୁକୁର ଓ ସାଇଣ୍ଟିଫିସି ଦଳ ସହାୟତାରେ ତଦନ୍ତ କରିଥିଲା । ଅଂଶୁମାନ , କିଛିଦିନ ତଳେ ବ୍ୟାଙ୍କ ଲକରରୁ ସୁନା ଗହଣା ଆଣି ଘରେ ରଖିଥିଲେ । ଚୋର ତାଙ୍କ ଘରୁ ୪୦ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି  । ଠିକ ସେହିଭଳି ଅଂଶୁମାନଙ୍କ ଘରଠାରୁ ୧୦୦ମିଟର ଦୁରରେ ଥିବା କେ.କେ.ଆଚାର୍ଯ୍ୟଙ୍କ କ୍ୱାର୍ଟରରେ ମଧ୍ୟ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ଗ୍ରୀଲ ତାଲା ଭାଙ୍ଗି  ଭିତରେ ପ୍ରବେଶ କରିଥିଲେ ।

ଭିତର କବାଟରେ ଇଣ୍ଟର ଲକ ଥିବାରୁ ସହଜରେ ଖୋଲି ନପାରିବାରୁ ଚୋରି କରି ନପାରି ପଳାଇ ଯ଼ାଇଥିଲେ। ତେବେ ପୂର୍ବରୁ ଗତ ୨୦୧୮ ମସିହା ଏପ୍ରିଲ ମାସରେ ସୁଧାଂଶୁ ଶେଖର ପଣ୍ଡାଙ୍କ କ୍ୱାର୍ଟର ନମ୍ବର ସି-୪୯ , ଗିରିଷ ପଣ୍ଡା ଙ୍କ କ୍ୱାର୍ଟର ନମ୍ବରସି-୬୫ ଓ ସୁଶୀଲ ଯାଦବଙ୍କ କ୍ୱାର୍ଟର ନମ୍ବର ସି-୧୫୧ ରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ୨୦୧୯ ଜାନୁଆରୀ ମାସରେ ସୁକରାମ ସିଂଙ୍କ କ୍ୱାର୍ଟର ନମ୍ବର ବି-୧୯୩୨ , ବିକାଶ ସ୍ୱାଇଁଙ୍କ କ୍ୱାର୍ଟର ନମ୍ବର ବି-୨୨୫୬ , ବିମଳ ଜେନାଙ୍କ କ୍ୱାର୍ଟର ନମ୍ବର ବି-୧୯୯୮, ଦେବେନ୍ଦ୍ର ଆଚାର୍ଯ୍ୟ ଙ୍କ କ୍ୱାର୍ଟର ନମ୍ବର ୧୭୫୮ରୁ ଚୋରି ହୋଇଥିବା ବେଳେ ଆଜି ଠିକ ସମାନ ଢଙ୍ଗରେ  ଚୋରି ହୋଇଥିବା ଦେଖିବାକୁ ମିଳିଛି।

Spread the love