ବେଆଇନ୍ କୋଲ ଡିପୋ ଉପରେ ଚଢାଉ -୪ ଟି ଟ୍ରକ୍ ଜବତ,୫ ଗିରଫ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ):  ଅନୁଗୁଳ ଜିଲ୍ଲା ସମଲ ପୋଲିସ ଅତର୍କୀତ ଭାବେ ଗୋଟିଏ ଚୋରା କୋଇଲା ଡିପୋ ଚଢଉ କରିି ୪ଟି ଚୋରା କୋଇଲା ବୋଝେଇ ଗାଡିକୁ ଜବତ କରିଛି । ସେହି ଗାଡି ଗୁଡିକର ୫ ଜଣ ଚାଳକ ଓ ହେଲପରଙ୍କୁ ସମଲ ଥାନାଧିକାରୀ ସୁନିଲ କୁମାର କର ସମଲ ଥାନା କେସନଂ-୩୩/୧୯ରେ ୩୪ ଆଇପିସି ଧାରା ୩୭୯ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି ।

ଗିରଫ ଡ୍ରାଇଭର ହେଲପର ମାନେ ହେଲେ ଶରତ ମହାପାତ୍ର , ଗଣଶ୍ୱେର ପ୍ରଧାନ , ଯୋଶବନ୍ତ ଦେହୁରୀ , କାଳିଆ ଓରଫ ଦେବାଶିଷ୍ ମାଝୀ ଓ ମିଲୁ ବେହେରା । ଘଟଣାରୁ ପ୍ରକାଶ ଯେ ଅନେକ ଦିନ ହେଲା ଏହି ଚୋରା କୋଇଲା ଡିପୋ ଚାଲୁଥିବା ବେଳେ ପୋଲିସ ଗତ କାଲି ଖବର ପାଇ ବିଳମ୍ବିତ ରାତିରେ ଚଢାଉ କରିଥିଲା । କୋଇଲା ଡିପୋ କିଏ ଚଲାଉ ଥିଲା ଏବଂ ଜବତ ଗାଡି ଗୁଡିକର ମାଲିକାନା ସତ୍ୱ ପରିବହନ ବିଭାଗରୁ ହସ୍ତଗତ ହେବାପରେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ଶ୍ରୀ କର କହିଛନ୍ତି ।

Spread the love